ସୁଜେନ୍ଙ୍କ ଠାରୁ ଛାଡ଼ପତ୍ର ପରେ ବି ପୁଣିଥରେ ବିବାହ କଥା ଚିନ୍ତା କରିପାରିବେନି ହ୍ରିତିକ ରୋଶନ୍, ନିଜେ କଲେ ଖୁଲାସା
ବଲିଉଡ୍ରେ ବୋଧେ ମାତ୍ର ହାତ ଗଣତି କିଛି ସେଲିବ୍ରିଟି ଯୋଡ଼ି ଥିବେ ଯେଉଁମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିବ। ସେଭଳି ଏକ କପଲ ହେଉଛନ୍ତି ହ୍ରିତିକ୍ ରୋଶନ୍ ଓ ସୁଜେନ୍ ଖାନ୍। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲେ ମଧ୍ୟ ଏବେ ବି ଭଲ ଅଣ୍ଡରଷ୍ଟାଣ୍ଡିଂ ରହିଛି। ହ୍ରିତିକ ଓ ସୁଜେନ୍ ପ୍ରେମ ବିବାହ କରିଥିଲେ ଓ ପରେ ପରସ୍ପରର ସହମତିରେ ହିଁ ଅଲଗା ହୋଇଥିଲେ। ଉଭୟଙ୍କର ଦୁଇଟି ପୁଅ ରେହାନ୍ ଓ ରିଦାନ୍ ଅଛନ୍ତି।
କଙ୍ଗନା ଓ ଅର୍ଜୁନ୍ଙ୍କ ସହ ଯୋଡ଼ା ଯାଇଥିଲା ଉଭୟଙ୍କ ନାଁ:
ହ୍ରିତିକ୍ ରୋଶନ୍ ଓ ସୁଜେନ୍ ଖାନ୍ ଦୀର୍ଘଦିନ ଧରି ରିଲେସନ୍ସିପ୍ରେ ରହିଥିଲେ। ବିବାହ ପରେ ଉଭୟେ ୨୦୧୪ରେ ଛାଡ଼ପତ୍ର ନେଇଥିଲେ। ଏହି ଦମ୍ପତିଙ୍କ ଛାଡ଼ପତ୍ର ପଛରେ ଅନେକ କଥା ଶୁଣିବାକୁ ମିଳେ। ହ୍ରିତିକଙ୍କ ନାଁ କଙ୍ଗନା ରାଣାଓ୍ଵତଙ୍କ ସହ ଯୋଡ଼ା ଯାଉଥିବା ବେଳେ ସୁଜେନଙ୍କ ନାଁକୁ ଅର୍ଜୁନ୍ ରାମପାଲଙ୍କ ସହ ଯୋଡ଼ାଯାଇଥିଲା। ମାତ୍ର ଉଭୟେ ଏହି ଖବରକୁ ଖଣ୍ଡନ କରିଥିଲେ।
ସୁଜେନ୍ଙ୍କ ଠାରୁ ଛାଡ଼ପତ୍ର ପରେ ଏକ ଇଣ୍ଟରଭ୍ୟୁରେ ହ୍ରିତିକ୍ ରୋଶନ୍ କହିଥିଲେ ଯେ ‘ଏବେ ପୁଣିଥରେ ବିବାହ କଥା ଚିନ୍ତା ବି କରିପାରୁନି। ମୁଁ ସନ୍ତୁଷ୍ଟ ଓ ଶାନ୍ତ ଅନୁଭବ କରୁଛି’।
ପ୍ରକାଶ ଯେ ଛାଡ଼ପତ୍ର ପରେ ମଧ୍ୟ ହ୍ରିତିକ୍ ଓ ସୁଜେନ୍ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି। ଏବେ ବି ସେମାନେ ଏକାଠି ଫ୍ୟାମିଲି ଟ୍ରିପ୍ରେ ଯାଉଛନ୍ତି। ଏମିତିକି କଙ୍ଗନା ଯେତେବେଳେ ହ୍ରିତିକଙ୍କ ନାଁରେ ମାମଲା କରିଥିଲେ ସେତେବେଳେ ବି ସୁଜେନ୍ ହ୍ରିତିକଙ୍କୁ ସପୋର୍ଟ କରିଥିଲେ। କରୋନା ଲକ୍ଡାଉନ୍ ବେଳେ ମଧ୍ୟ ସୁଜେନ୍ ପିଲାଙ୍କ ସହ ସମୟ ବିତାଇବା ପାଇଁ ହ୍ରିତିକଙ୍କ ଘରେ ହିଁ ରହିଥିଲେ।