ଭାରତ ଓ ଇଂଲଣ୍ଡ ସିରିଜର ଆରମ୍ଭ ହୋଇଛି ଶେଷ ଟେଷ୍ଟ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ
କେନ୍ଯୁଜ୍: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଟିମ୍ ଇଣ୍ଡିଆ ୩ ସ୍ପିନର ଓ ୨ ଦ୍ରୁତ ବୋଲର କମ୍ବିନେସନରେ ଚୂଡ଼ାନ୍ତ ୧୧ ପ୍ରସ୍ତୁତ କରିଛି । ଚତୁର୍ଥ ଟେଷ୍ଟରେ ବୁମ୍ରାହଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି ।
ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ସିରିଜ ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତକୁ ଏହି ମ୍ୟାଚକୁ ଡ୍ର ରଖିବାକୁ ପଡିବ । ଭାରତ ପରାସ୍ତ ହେଲେ ଅଷ୍ଟ୍ରେଲିଆ ଫାଇନାଲ ଟିକେଟ୍ ହାସଲ କରିବ । ଇଂଲଣ୍ଡ ଦ୍ୱିତୀୟ ମ୍ୟାଚରେ ହାରିବା ପରେ ଫାଇନାଲ ଟିକେଟରୁ ବାଦ୍ ପଡ଼ିଛି । ଭ୍ରମଣକାରୀ ଦଳ ଭାରତକୁ ହରାଇ ଦଳ ସିରିଜ୍ ୨-୨ରେ ବରାବର କରିବାକୁ ଫୁଲ ଦମରେ ଚେଷ୍ଟା କରିବ ।