ହାଇଦର ଫେରାର୍ ଘଟଣାରେ କଟକ ମଙ୍ଗଳାବାଗ ଥାନାରେ ଏତଲା, ଫେରାର୍‌ କରାଇବା ପଛରେ ଗ୍ୟାଙ୍ଗଷ୍ଟରର ପୁଅ ଓ ଜ୍ୱାଇଁ

କେନ୍ୟୁଜ୍(ବ୍ୟୁରୋ):  ହାଇଦରକୁ ଫେରାର୍‌ କରାଇବା ପଛରେ ଷଡ଼ଯନ୍ତ୍ର କରିଥିଲେ ଗ୍ୟାଙ୍ଗଷ୍ଟରର ପୁଅ ଓ ଜ୍ୱାଇଁ । ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳଙ୍କ ଉପରେ କୌଣସି ବିଷାକ୍ତ ପଦାର୍ଥ ଫିଙ୍ଗି ଥିଲେ । ଯେଉଁଥିରେ ସେ ଚେତାଶୂନ୍ୟ ହେବା ପରେ ହାଇଦର ଏସସିବି ସର୍ଜରୀ ଓ୍ଵାର୍ଡର କ୍ୟାବିନରୁ ଚମ୍ପଟ ମାରିଲା । ଏନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ହାଇଦର ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ୍‌ ।

fir

ଏତଲାରେ ଉଲ୍ଲେଖ ରହିଛି, ଗତ ୧୦ ତାରିଖରେ ହାଇଦର ପାଖକୁ ତାର ପୁଅ, ଭାଇ, ପୁତୁରା, ଶଳା ଓ ଜ୍ୱାଇଁ ଆସିଥିଲେ । ଏତିକିବେଳେ ଡ୍ୟୁଟିରେ ଥିବା ମୌସିମଙ୍କ ଉପରେ ସେମାନେ ଫିଙ୍ଗିଥିଲେ ବିଷାକ୍ତ ପଦାର୍ଥ । ଅଚେତ ହେବା ପରେ ହାଇଦରକୁ ନେଇ ପଳାଇ ଯାଇଥିବା ମଙ୍ଗଳାବାଗ ଥାନାରେ ଏତଲା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.