ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ । ବହୁ ଔଷଧ ଜଳିଯାଇଥିବା ସୂଚନା ମିଳିଛି। ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରର ଗୋଦାମ ଘରୁ ହଠାତ୍‌ ଧୂଆଁ ବାହାରିଥିଲା । ପରେ ହୁତୁହୁତୁ ହୋଇ ନିଆଁ ଜଳିଯାଇଥିଲା ।

ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରୁଛନ୍ତି । ବହୁ ଔଷଧ ପୋଡିଯାଇଥିବାରୁ ଏବେ ଔଷଧ ବିତରଣ ବନ୍ଦ ରହିଛି । ନିରାମୟ କେନ୍ଦ୍ର ଝରକା ଖୋଲାଥିବାରୁ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.