କଟକ ଏସ୍ସିବି ମେଡିକାଲ କଲେଜର ରେକର୍ଡ ସେକ୍ସନ୍ରେ ଅଗ୍ନିକାଣ୍ଡ

କଟକ(କେନ୍ୟୁଜ୍) : କଟକ ଏସ୍ସିବି ମେଡିକାଲ କଲେଜର ରେକର୍ଡ ସେକ୍ସନ୍ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ଖବର ପାଇବାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଅଗ୍ନିକାଣ୍ଡର ସଠିକ୍ କାରଣ ଅସ୍ପଷ୍ଟ ରହିଛି।