Below header

କଟକ ଖପୁରିଆ ରୁଚି କମ୍ପାନୀରେ ଅଗ୍ନିକାଣ୍ଡ, ୧୦ ଲକ୍ଷ ଟଙ୍କାର ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ

କଟକ(କେନ୍ୟୁଜ୍‌): ରୁଚି କମ୍ପାନୀରେ ଅଗ୍ନିକାଣ୍ଡ । ଖପୁରିଆରେ ଥିବା ରୁଚି କମ୍ପାନୀରେ ଲାଗିଛି ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ରାତି ୪ଟାରେ ପାସ୍ତା ୟୁନିଟରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ।

ବକ୍ସିବଜାର ଓ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରର ଦୁଇଟି ୟୁନିଟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ସନ୍ଦେହ । ୧୦ ଲକ୍ଷ ଟଙ୍କାର ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.