Below header

ଦାୟିତ୍ବ ନେବା ପରେ OSWALI ବୁଲି ଦେଖିଲେ ଅଗ୍ନିଶମ ଡିଜି ଏସ.କେ ଉପାଧ୍ୟାୟ

ପୁରୀ(କେନ୍ୟୁଜ୍): ପୁରୀ ରାମଚଣ୍ଡୀରେ ଓଡ଼ିଶା ଷ୍ଟେଟ ୱାଟରମ୍ୟାନସିପ ଆଣ୍ଡ ଲାଇଫଗାର୍ଡ ଇନଷ୍ଟିଚ୍ୟୁଟ-OSWALI ବୁଲି ଦେଖିଲେ ଅଗ୍ନିଶମ ଡିଜି ଏସ.କେ ଉପାଧ୍ୟାୟ । ଏଠାରେ ବାରାକ ଓ ପ୍ରଶାସନିକ କୋଠା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଗ୍ନିଶମ ବାହିନୀର ପହଁରା ତାଲିମ କେନ୍ଦ୍ର ବୁଲି ଦେଖିଛନ୍ତି । ୨୦୨୩ ଏପ୍ରିଲ ସୁଦ୍ଧା ପ୍ରୋଜେକ୍ଟ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ଜଣ ଏଠାରେ ତାଲିମ ନେଇ ପାରିବେ । ଏହି ଅନୁଷ୍ଠାନରେ ଅଦ୍ୟାବଧି ଓଡ଼ିଶା ଅଗ୍ନିଶମ ବିଭାଗର ୪ହଜାର ୪୮୮ ଜଣ ଆଗ୍ନିକ ଟ୍ରେନିଂ ନେଇଥିବା ବେଳେ ଅନ୍ୟ ରାଜ୍ୟର ୫୩୮ ଜଣ ଆଗ୍ନିକ ଟ୍ରେନିଂ ନେଇ ସାରିଲେଣି ।

fire dg 123

ଭିତ୍ତିଭୂମିର ସଂପୂର୍ଣ୍ଣ ବିକାଶ ହୋଇ କାର୍ଯ୍ୟକ୍ଷମ ହେବା ପରେ ଏହା ପୂର୍ବ ଭାରତର ଏକ ଆଦର୍ଶ ଟ୍ରେନିଂ ଅନୁଷ୍ଠାନରେ ପରିଗଣିତ ହେବ । ଏହା ସହିତ ରାଜ୍ୟରେ ଥିବା ଏଲପିଜି ଡିପୋ, ପେଟ୍ରୋଲ ପମ୍ପ, ମଲ୍ଟିପ୍ଲେକ୍ସ ଓ ମଲ ଗୁଡିକୁ ସମୀକ୍ଷା କରି ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ଅଗ୍ନିଶମ ଡିଜି ଏସ.କେ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.