Below header

ସମ୍ବଲପୁର ବୁଢାରାଜା ଜଙ୍ଗଲରେ ନିଆଁ

ସମ୍ବଲପୁର ଦାନୀପାଲି ସ୍ଥିତ ବୁଢାରାଜା ଜଙ୍ଗଲରେ ଲାଗିଛି ନିଆଁ । କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ବନ ବିଭାଗ କହିଛି l ଆଜି ସନ୍ଧ୍ୟ୍ରା ପ୍ରାୟ ୫ଟା ୩୦ ରେ ଏହି ନିଆଁକୁ ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ l

ସମ୍ବଲପୁର(କେନ୍ୟୁଜ) : ସମ୍ବଲପୁର ଦାନୀପାଲି ସ୍ଥିତ ବୁଢାରାଜା ଜଙ୍ଗଲରେ ଲାଗିଛି ନିଆଁ । କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ବନ ବିଭାଗ କହିଛି l ଆଜି ସନ୍ଧ୍ୟ୍ରା ପ୍ରାୟ ୫ଟା ୩୦ ରେ ଏହି ନିଆଁକୁ ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ l ସ୍ଥାନୀୟ ଯୁବକମାନେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ l

ଟାଉନ ରେଞ୍ଜ ଅଧିକାରୀ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଛନ୍ତି l ଶୁଖିଲା ପତ୍ରରେ କେହି ଅସମାଜିକ ବ୍ଯକ୍ତି ନିଆଁ ଲଗାଇ ଦେଇଥିବା ବନ ବିଭାଗ କହିଛି l ବନ ବିଭାଗର ଏକ ଟିମ ନିଆଁକୁ ସମ୍ପୂର୍ଣ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.