ପାରିବାରିକ କଳହ: ମଦୁଆ ଜ୍ୱାଇଁର ଛୁରା ମାଡରେ ଶ୍ବଶୁର ମୃତ, ସ୍ତ୍ରୀ-ଶଳା ଆହତ

ମଦୁଆ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ଜ୍ୱାଇଁର ଛୁରା ମାଡରେ ଶଶୁର ମୃତ ହୋଇଥିବା ବେଳେ ସ୍ତ୍ରୀ ଆହତ । ଛୁରା ମାଡ ରୁ ଅଳ୍ପକେ ବର୍ତ୍ତିଲେ ଶଳା ।

ବାଲିଗୁଡା (କେନ୍ୟୁଜ): ବାଲିଗୁଡା ଗୁଳିମରାପଦା ସାହିରେ ଅଭାବନୀୟ ଘଟଣା। ମଦୁଆ ଜ୍ୱାଇଁର ଉନ୍ମତ୍ତ କାଣ୍ଡ। ଜ୍ୱାଇଁର ଛୁରା ମାଡରେ ଶଶୁର ମୃତ ହୋଇଥିବା ବେଳେ ସ୍ତ୍ରୀ ଆହତ । ଛୁରା ମାଡ ରୁ ଅଳ୍ପକେ ବର୍ତ୍ତିଲେ ଶଳା । ମୃତ ଶଶୁର ହେଲେ ବାଲିଗୁଡା ଗୁଲିମରାପଦା ସାହିର ଟୁନା ପ୍ରଧାନ । ଅଭିଯୁକ୍ତ ଜ୍ୱାଇଁ ହେଲେ ବ୍ରହ୍ମପୁର ଗେଟ ବଜାରର ସୀମାଞ୍ଚଳ ଚୌଧୁରୀ । ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଜ୍ୱାଇଁ ସିମାଞ୍ଚଳ ଚୌଧୁରୀକୁ ଗିରଫ କରିଛି।

ସୂଚନା ଅନୁଯାୟୀ ଜ୍ୱାଇଁ ସୀମାଞ୍ଚଳ ଆଜି ସନ୍ଧ୍ୟାରେ ମଦ୍ୟପାନ କରିବା ସହ ନିଜ ଶଶୁର ଟୁନା ପ୍ରଧାନଙ୍କ ଘରେ ପଶିଥିଲେ । ପ୍ରଥମେ ଛୁରୀ ଧରି ନିଜ ଶଳାକୁ ଆକ୍ରମଣ କରିବା ସମୟରେ ଅଳ୍ପକେ ଶଳା ବର୍ତ୍ତୀ ଯାଇଥିଲେ । ପରେ ଉନ୍ମତ୍ତ ଜ୍ୱାଇଁ ଶଶୁର ଟୁନା ପ୍ରଧାନଙ୍କ ପେଟ, ଛାତିରେ ଭୂଷି ଆକ୍ରମଣ କରିଥିଲା। ଏହି ସମୟରେ ଅଭିଯୁକ୍ତ ନିଜ ସ୍ତ୍ରୀ କୁ ମଧ୍ୟ ଆକ୍ରମଣ କରିଥିଲା । ପରିବାର ଲୋକ ଟୁନାଙ୍କୁ ବାଲିଗୁଡା ମେଡିକାଲ ରେ ଭର୍ତି କରିଥିଲେ ।କିନ୍ତୁ ବାଲିଗୁଡା ମେଡିକାଲରେ ଟୁନା ପ୍ରଧାନଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି ।

ତେବେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଜଣା ପଡିଛି । ଅଭିଯୁକ୍ତ ସିମାଞ୍ଚଳ ବାଲିଗୁଡାରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ଯ କରୁଥିଲେ। କିନ୍ତୁ କିଛି ଦିନ ହେବ ନିଜ ସ୍ତ୍ରୀ ଓ ଶଶୁର ଘରଙ୍କ ସହ ମତାନ୍ତର ହୋଇ ଅଲଗା ରହୁଥିଲେ ଅଭିଯୁକ୍ତ ସିମାଞ୍ଚଳ। ତେବେ ପ୍ରତିଶୋଧ ପରାୟଣ ହୋଇ ଶେଷରେ ଛୁରା ମାରି ଶଶୁରଙ୍କୁ ହତ୍ୟା କରିଛି ଅଭିଯୁକ୍ତ ସିମାଞ୍ଚଳ ଚୌଧୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.