ଆମ୍ବୁଲାନ୍ସ ମିଳିଲାନି, ବାପାଙ୍କୁ ହାତ ଠେଲାରେ ଧରି ହସପିଟାଲ ଚାଲିଲା ୭ ବର୍ଷର ପୁଅ

ଶୁକ୍ରବାର ଦିନ ଦୟାଲ ଶାହ ନାମକ ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ପଡିଲେ ।ତାଙ୍କୁ ହସପିଟାଲ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବିଳମ୍ବ ହେବା ଦେଖି ଏକ ହାତ ଠେଲାରେ ମେଡିକାଲ ନେଇଥିଲେ । ଦୟାଲଙ୍କ ୭ ବର୍ଷର ପୁଅ ବାପାକୁ ନିଜ ହାତ ଠେଲାରେ ଧରି ମେଡିକାଲ ନେବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।

ବେଳେ ବେଳେ ଆମେ ସରକାରୀ ସୁବିଧା ଉପରେ ଭରଷା କରିପାରନ୍ତି ନାହିଁ । ନିଜର ନିକଟତମ ଓ ପ୍ରିୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅସୁବିଧା ହେଲେ ଆମେ ତତ୍‌କ୍ଷଣାତ୍‌ ହସପିଟାଲ ଯିବାକୁ ଚିନ୍ତା କରିଥାଉ । ହେଲେ କୌଣସି ଅସୁବଧା ବଶତଃ ଆମକୁ ତତ୍‌କ୍ଷଣାତ୍‌ ଆମ୍ବୁଲାନ୍ସ ମିଳିପାରେ ନାହିଁ କିମ୍ବା ଆମେ ଏହା ଉପରେ ଭରଷା କରିପାରୁ ନାହୁଁ ।

ତେଣୁ ଅଧିକାଂଶ ସମୟରେ ଆମେ ନିଜ ଯୋଗାଡରେ ଆମର ପ୍ରିୟଜନଙ୍କୁ ମେଡିକାଲ ନେଇଥାଉ । ଏମିତି ଘଟଣା ଦେଶର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ । ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସିଙ୍ଗରୋଲି ଅଂଚଳରେ । ଶୁକ୍ରବାର ଦିନ ଦୟାଲ ଶାହ ନାମକ ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ପଡିଲେ ।

ତାଙ୍କୁ ହସପିଟାଲ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବିଳମ୍ବ ହେବା ଦେଖି ଏକ ହାତ ଠେଲାରେ ମେଡିକାଲ ନେଇଥିଲେ । ଦୟାଲଙ୍କ ୭ ବର୍ଷର ପୁଅ ବାପାକୁ ନିଜ ହାତ ଠେଲାରେ ଧରି ମେଡିକାଲ ନେବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଲା । ଏହାକୁ ନେଇ ଜିଲ୍ଲା ମେଡିକାଲ ମୁଖ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ।

ହେଲେ ସରକାରୀ ତଦନ୍ତ ଅନୁଯାୟୀ ମିଳିଥିବା ରିପୋର୍ଟ କୁହେ ଯେ ଦୟାଲଙ୍କ ପରିବାର ଆମ୍ବୁଲାନ୍ସ ପାଇଁ କଲ କରି ନାହାଁନ୍ତି । ତାଙ୍କ କଲ ରେକର୍ଡ ଯାଞ୍ଚ କରାଯାଇଛି । ମାତ୍ର ଦୟାଲଙ୍କ ପରିବାର ନିଜ ଘରେ ଥିବା ଠେଲା ଗାଡ଼ିରେ ରୋଗୀଙ୍କୁ ଧରି ଯାଇଛନ୍ତି ବୋଲି ତଦନ୍ତକାରୀ ଟିମ ସୂଚନା ଦେଇଛନ୍ତି ।

ତେବେ ଘଣଟାର ସତ୍ୟାସତ୍ୟ ପରିବାର ଲୋକଙ୍କ ଠାରୁ ମଳିପାରିବ । ହେଲେ ୭ ବର୍ଷର ପୁଅ ଠେଲାରେ ବାପାଙ୍କୁ ନେଇ ଯାଉଥିବା ଏହି ଭିଡିଓ ଭାଇରାଲହେବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ମିଳିବାକୁ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.