ଆଠଗଡ଼ରେ ଗୁଳିମାଡ଼: ୩ ଗୁରୁତର, କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଆହତଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସା ଚାଲିଥିବା ସୂଚନା ରହିଛି।

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଆହତଙ୍କ ଦେହରେ ବାଜିଛି ୮ ରାଉଣ୍ଡ ଗୁଳି।।ଦୀନବନ୍ଧୁ ନାୟକ,ବଂଶୀଧର ନାୟକଙ୍କ ଦେହରେ ୩ ଟି ଲେଖାଏଁ ଗୁଳି ବାଜି ଥିବା ବେଳେ ଓ ଜିତୁନା ନାୟକଙ୍କ ଦେହରେ ୨ ଟି ଗୁଳି ବାଜିଛି।।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଆହତଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସା ଚାଲିଥିବା ସୂଚନା ରହିଛି। କାହିଁକି ଗୁଳିମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି। ତେବେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।