କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ବାଲେଶ୍ୱର(କେନ୍ୟୁଜ୍): କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ। ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନ ଦେଇ ଟ୍ରେନ୍‌ଟି ଯାଉଥିବାବେଳେ ନିଆଁ ଦେଖି ଅଟକା ଯାଇଥିଲା। ତାଳଚେରରୁ ହଳଦିଆ ଯାଉଥିବା ୫୮ଟି ବଗି ନେଇ ଏକ କୋଇଲା ବୋଝେଇ ଟ୍ରେନ୍‌ର ପଛ ବଗିରେ ହତାଠ୍‌ ନିଆଁ ଲାଗିଯାଇଥିଲା। କୋଇଲା ଥିବାରୁ ଟ୍ରେନ୍‌ ଭିତରେ ନିଆଁ ଜଲୁଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସୋର ଷ୍ଟେସନରେ ଅଟକି ରହିଛି ଟ୍ରେନ୍‌।