ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ପବଜୀର ଲାଇଟ ଏଡିସନ୍, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ପବଜୀ ଗେମର ଲାଇଟ ଏଡିସନ୍। ଏହାକୁ ଖାସ କରି ଲୋଏଣ୍ଡ ଅର୍ଥାତ୍ କମ ରାମ୍ ବିଶିଷ୍ଟ ପ୍ରୋସେସର ସିଷ୍ଟମ୍ ଏବଂ ପୁରୁଣା କମ୍ପୁଟର୍ସ ପାଇଁ ଲଞ୍ଚ କରାଯିବ ବୋଲି ଜଣାପଡିଛି। ତେବେ ଏହାର ଲାଇଟ ଭର୍ସନ କେବେ ଭାରତରେ ଲଞ୍ଚ କରିବା ସେ ନେଇ କମ୍ପାନୀ ତରଫରୁ କୌଣସି ଆଧିକାରୀକ ସୂଚନା ମିଳିନାହିଁ। ପବଜୀ ଗେମର ଲାଇଟ ବିଟା ଭର୍ସନକୁ ଚଳିତବର୍ଷ ଜାନୁଆରୀରେ ପ୍ରସ୍ତୁତ କରାଯାଇଛି। ଯାହାକୁ ବର୍ତ୍ତମାନ ପର୍ୟ୍ୟନ୍ତ ୧୫ଟି ଦେଶରେ ଲଞ୍ଚ କରାଯାଇ ସାରିଛି।
ଭାରତରେ ଖୁବ ଲୋକପ୍ରିୟ ପବଜୀ
ଭାରତରେ ପବଜୀ ଗେମ୍ ର ଲୋକପ୍ରିୟତା ଖୁବ ଅଧିକ। କିନ୍ତୁ ଭାରତରେ ହାର୍ଡଓୟାର ଲିମିଟେସନ୍ କାରଣରୁ କମ୍ପୁଟର୍ସରେ ଏହି ଗେମକୁ ଖେଳାଯାଇ ପାରୁନାହିଁ। ଏହି ଗ୍ରାହକ ମାନଙ୍କ ପାଇଁ ଲଞ୍ଚ ହେବାକୁ ଯାଉଛି ପବଜୀର ଲାଇଟ ଭର୍ସନ। ଯାହାଫଳରେ ଏହାକୁ ଖେଳିବାକୁ ଇଛୁକ ଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ାଯାଇପାରିବ ବୋଲି କୁହାଯାଇଛି।
-ପବଜୀ ଲାଇଟର ଅଫିସିଆଲ ଫେସବୁକ୍ ପେଜ୍ ଅନୁସାରେ ଖୁବ ଶୀଘ୍ର ଭାରତରେ ଏହାକୁ ଅଣାଯିବ। ତେବେ ଏହାର ରିଲିଜ୍ ଡେଟ ବିଷୟରେ କୌଣସି ସୂଚନା ମିଳିନାହିଁ।
-ପବଜୀକୁ ଖେଳିବାକୁ ଇଛୁକ ଥିବା ବ୍ୟକ୍ତି ଯେଉଁମାନଙ୍କ ପାଖରେ ସଠିକ ହାର୍ଡଓୟାର ବିଶିଷ୍ଟ କମ୍ପୁଟରର୍ସ ରହିନାହିଁ ସେମାନେ ବିନା କୌଣସି ଶୁଳ୍କରେ ପବଜୀ ଲାଇଟକୁ ଡାଉନଲୋଡ କରି ଖେଳିପାରିବେ। ଏପରିକି ପୁରୁଣା ହାର୍ଡଓୟାର ବିଶିଷ୍ଟ ପିସିରେ ମଧ୍ୟ ଏହାକୁ ଖେଳାଯାଇପାରିବ।