ବରଗଡ଼ : ଦୁର୍ବୃତ୍ତମାନେ ଡକାୟତି ପାଇଁ ଆସି କରିଛନ୍ତି ଗୁଳିମାଡ

ଡକାୟତି ପାଇଁ ଆସି ଗୁଳିମାଡ। ଗୁଳିମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ସମ୍ବଲପୁର ବରଗାଁର ବସନ୍ତ ପ୍ରଧାନ । ବରଗଡ଼ ଜମୁର୍ଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଡକାୟତି ପାଇଁ ହୀରାଲାଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ଏହି ସମୟରେ ଘରେ ଥିବା ବସନ୍ତ ପ୍ରଧାନଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବରଗଡ଼ ଟାଉନ ପୋଲିସର ତଦନ୍ତ ଜାରି ରହିଛି।

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁଡା ଗାଁର ହରିଲାଲ ମହନ୍ତ ଓ ମଞ୍ଜୁଲତା ମହନ୍ତଙ୍କ ଘରେ ଗତ କାଲି ରାତିରେ ସାଢ଼େ ୧୨ରେ ତିନି ଚାରିଜଣ ଦୁର୍ବୁତ୍ତ ଆସି କବାଟ ବାଡ଼େଇଥିଲେ। କିଛି ସମୟ ପରେ ମଞ୍ଜୁଲତା ଆସି କବାଟ ଖୋଲିଥିଲେ। ସେ ସମୟରେ ମଞ୍ଜୁଲତାଙ୍କ ଭାଇ ବସନ୍ତ ପ୍ରଧାନ ଛାତ ଉପରେ ଶୋଇଥିଲେ। ତେବେ ବଚସା ହେବାରୁ ଗୁଳି ଫୁଟାଇଥିଲେ ଦୁର୍ବୁତ୍ତ। ଗୁଳି ବସନ୍ତଙ୍କ ହାତ ଓ କାନ୍ଧରେ ବାଜିଥିଲା।

ତତକ୍ଷଣାତ୍ ବସନ୍ତଙ୍କୁ ପ୍ରଥମେ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ବସନ୍ତଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। କିନ୍ତୁ ଦୁର୍ବୁତ୍ତ ଡକାୟତି ପାଇଁ ଆସିଥିଲେ ଓ ବଚସା ହେବାରୁ ଗୁଳି ଫୁଟାଇଲେ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନି। ସକାଳେ ପୋଲିସ ତାର ତଦନ୍ତ ଜାରି ରଖିଛି । ତେବେ ବାରମ୍ବାର ବରଗଡ଼ ଜିଲ୍ଲାରେ ଗୁଳି ଫୁଟିବାକୁ ନେଇ ଲୋକେ ଭୟଭିତ।

Leave A Reply

Your email address will not be published.