ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ : ୮୧ ବର୍ଷ ବୟସରେ ବେଙ୍ଗାଳୁରୁରେ ଦେହାନ୍ତ

ମୁମ୍ବାଇ : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ବରିଷ୍ଠ କନ୍ନଡ ସାହିତ୍ୟକାର ଗିରିଶ କର୍ଣ୍ଣଡଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଆଜି ବେଙ୍ଗାଲୁରୁରେ ଦେହାନ୍ତ ହୋଇଛି।ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୧୯୭୮ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ଭୂମିକା ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ। ୧୯୯୮ରେ ଜ୍ଞାନପୀଠ ସମ୍ମାନ ପାଇଥିଲେ । ୧୯୭୦ରେ କନ୍ନଡ ଫିଲ୍ମ ସଂସ୍କାରରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ୧୯୭୪ରେ ଜାଦୁ କା ଶଙ୍ଖ ଜରିଆରେ ସେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ । ସଲ୍ମାନ୍ ଖାନ୍ଙ୍କ ଫିଲ୍ମ ‘ଏକ୍ ଥା ଟାଇଗର’ ଓ ‘ଟାଇଗର ଜିନ୍ଦା ହେ’ରେ ଅଭିନୟ କରିଥିଲେ।

Leave A Reply

Your email address will not be published.