Below header

ଝାରସୁଗୁଡା: ମର୍ଣ୍ଣିଂଓ୍ଵାକ୍‌ରୁ ଫେରୁଥିବା ବେଳେ ଠିକାଦାରଙ୍କୁ ଗୁଳିମାଡ

ଝାରସୁଗୁଡା(କେନ୍ୟୁଜ୍): ମର୍ଣ୍ଣିଂଓ୍ଵାକ୍‌ରୁ ଫେରୁଥିବାବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼। ୩ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଗଲେ ଦୁବୁର୍ତ୍ତ । ଜିଲ୍ଲାର କାଳୀନଗର ଅଞ୍ଚଳରେ ରହୁଥିବା ଠିକାଦାର ଗୁଡୁ ଗୁପ୍ତାଙ୍କ ଉପରକୁ ଗୁଳିମାଡ କରାଯାଇଛି । ଗୁଡୁ ମର୍ଣ୍ଣିଂଓ୍ଵାକ ସାରି ଫେରୁଥିବା ବେଳେ ଘର ସାମ୍ନାରେ ପୂର୍ବରୁ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୁଡୁଙ୍କ ପେଟରେ ୨ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଣ୍ଡାଳିଆ ସେଣ୍ଟ୍ରାଲ ହସପିଟାଲକୁ ନିଆଯାଇଥିଲା । ପରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡର କାରଣ ଜଣାପଡିନଥିବା ବେଳେ ବ୍ୟବସାୟିକ ଶତ୍ରୁତା ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.