ଦର୍ଶକ ସ୍ମିଥଙ୍କୁ ‘ଚିଟର ଚିଟର’ କଲେ କମେଣ୍ଟ ତ କୋହଲୀ ଦେଲେ ଏପରି ଗାଳି

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ଓ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରେ ପଡ଼ିଆରେ ଅନେକ ଥର ଝଗଡ଼ା ହୋଇଥିବାର ଦେଖିଥିବେ । ହେଲେ ଗତକାଲି ଓଭାଲରେ ଖେଳାଯାଇଥିବା ମ୍ୟାଚରେ ଏହାର କିଛି ଭିନ୍ନ ଦେଖିବାକୁ ମିଳିଛି । ବ୍ୟାଟିଂ କରୁଥିଲେ ବିରାଟ କୋହଲୀ । ଅଧିନାୟକ ଆରୋନ୍ ଫିଞ୍ଚ ବାଉଣ୍ଡ୍ରି ନିକଟକୁ ସ୍ମିଥକୁ ଫିଲ୍ଡିଂ କରିବାକୁ ପଠାଇଥିଲେ । ଏହି ସମୟରେ ସେଠାରେ ଥିବା ଭାରତୀୟ ଦର୍ଶକ ସ୍ମିଥଙ୍କୁ ଚିଡାଇବାକୁ ଲାଗିଥିଲେ ।

kohli-smith

 

ଚିଟର ଚିଟର କହି ପାଟି କରିଥିଲେ ଦର୍ଶକ । ଏଥିରେ ହସ୍ତକ୍ଷେପ କରିଥିଲେ ବିରାଟ । ଏପରି ନକରିବାକୁ ଦର୍ଶକଙ୍କୁ ଇସାରା ଦେଇଥିଲେ ବିରାଟ କୋହଲୀ । ସ୍ମିଥଙ୍କ ପାଇଁ ତାଳି ମାରିବାକୁ ଅପିଲ୍ କରିଥିଲେ । ଏହା ପରେ ଦର୍ଶକମାନେ ସ୍ମିଥ୍ଙ୍କୁ ପ୍ରଶଂସା କରିଥିଲେ । ସ୍ମିଥଙ୍କ ପାଇଁ ତାଳି ମାରିଥିଲେ । ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ କୋହଲୀ ଭାରତୀୟ ଦର୍ଶକଙ୍କ ତରଫରୁ କ୍ଷମା ମାଗିଥିଲେ । କୋହଲୀ କହିଥିଲେ ସ୍ମିଥ୍ ସହ ଯାହା ହୋଇଛି, ତାହା ଏବେ ପୁରୁଣା ହୋଇ ସାରିଛି । ସ୍ମିଥ୍ ଏବେ ବର୍ତ୍ତମାନରେ ଖେଳୁଛନ୍ତି । ପଡ଼ିଆ ଭିତରେ ଜଣେ ଖେଳାଳି ଖେଳୁଥିବା ସମୟରେ ଏପରି କରିବା ଠିକ୍ ନୁହଁ ।

ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । ବସନ୍ଦ ପରେ ଦୁଇ ଖେଳାଳି ବିଶ୍ୱକପ୍ ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.