ବାଲେଶ୍ବର ସୀମାନ୍ତର ଏକ ହୋଟେଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ

ଜଳେଶ୍ବର(କେନ୍ୟୁଜ୍): ଓଡିଶା ସୀମାନ୍ତରେ ଅବସ୍ଥିତ ପଶ୍ଚିମବଙ୍ଗର ଦୀଘାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ହୋଟେଲର ଦ୍ୱିତୀୟ ମହଲାରେ ନିଆଁ ଲାଗିବା ସହ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରିବାରେ ଲାଗିଛି। ସେହି ହୋଟେଲରେ ଭୁବନେଶ୍ୱର ଓ ଭୋଗରାଇର ଦୁଇ ପର୍ଯ୍ୟଟକ ଥିଲେ। ଭୁବନେଶ୍ୱରର ଶିବବ୍ରତ ମିଶ୍ର ଗୁରୁତର ହୋଇ ଦୀଘା ହସ୍ପିଟାଲରେରେ ଚିକିତ୍ସା ହେଉଛନ୍ତି। ହୋଟେଲରେ ଥିବା କିଛି ମହିଳା ମଧ୍ୟ ଜୀବନ ବଞ୍ଚାଇବା ପାଇଁ ପାଇପ ଯୋଗେ ତଳକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି।

hotel 1

ତଳ ମହଲାରେ ଥିବା ପର୍ଯ୍ୟଟକ ଶୀଘ୍ର ହୋଟେଲ ଛାଡି ରାସ୍ତାରେ ବାହାରକୁ ଆସିଯାଇଥିଲେ।  ଦ୍ୱିତୀୟ ମହଲାରେ ଥିବା କେତେକ ପର୍ଯ୍ୟଟକ ନିଜ ଜୀବନକୁ ବଞ୍ଚାଇବା ପାଇଁ କୌଣସି ପ୍ରକାରେ ରେଲିଂକୁ ଡେଇଁପଡିଥିଲେ।  ତେବେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ଖବର ପାଇ ରାମନଗର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।