ଖୁବ ଶୀଘ୍ର ଓଜନ ହ୍ରାସ କରିଥାଏ ଏହି ୪ ପ୍ରକାରରେ ପାନ ମଧୁରୀ ସେବନ

ନୂଆଦିଲ୍ଲୀ : ପାନ ମଧୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଏହାର ସେବନ ଦ୍ୱାରା ପାଚନ କ୍ରିୟା, ମେଟାବୋଲିଜିମ ଓ ତ୍ୱଚ୍ଚା ପାଇଁ ବହୁତ ଉପକାରୀ ହୋଇଥାଏ । କାରଣ ଏଥିରେ ମୂତ୍ର ବର୍ଦ୍ଧକ ଗୁଣ ରହିଥାଏ । ତେଣୁ ପାନ ମଧୁରୀ ଶରୀରରୁ ବିଷାକ୍ତ ପଦାର୍ଥକୁ ଶେଷ କରିଥାଏ । ପାନ ମଧୁରୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହୋଇଥାଏ ।

ଏହା ଶରୀରରେ ଅକ୍ସିଡେଟିଭ ସମସ୍ୟା ଦୂର କରିଥାଏ । ଯାହା ମଧୁମେହ ଓ ମୋଟାପଣ ସ୍ଥିତି ସୃଷ୍ଟି କରିଥାଏ । ଏହାଛଡ଼ା ପାନ ମଧୁରୀ ଓଜନ ହ୍ରାସ କରିବାରେ ବହୁତ କାମ କରିଥାଏ । ଯଦି ଦୈନିକ ଏହାର ସେବନ କରାଯାଏ ତେବେ ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ ।

ଏହି ୩ ପ୍ରକାରରେ କରନ୍ତୁ ପାନ ମଧୁରୀର ସେବନ

ପାନ ମଧୁରୀ ପାଉଡର : ଗୋଟିଏ ମୁଠା ପାନ ମଧୁରୀକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହି ପାଉଡରକୁ ଆପଣ କିଛି ବି ଜିନିଷରେ ମିଳାଇଲେ ଜିନିଷର ସ୍ୱାଦ ବଢ଼ିଥାଏ । ପାନ ମଧୁରୀ ଗୁଣ୍ଡକୁ ମେଥି, କଳା ଲୁଣ, ହେଙ୍ଗୁ ଓ ମିଶ୍ରି ସହିତ ଖାଇଲେ ପାଚନ ଶକ୍ତି ବଢ଼ିଥାଏ ।

ପାଣି : ପାଣି ସହିତ ପାନ ମଧୁରୀ ସେବନ ସାଧାରଣତଃ ପେଟରେ କୋଷ୍ଠ କାଠିନ୍ୟକୁ କମାଇ ଥାଏ । ଗୋଟିଏ ମୁଠା ପାନ ମଧୁରୀକୁ ୧ ଗ୍ଲାସ ପାଣିରେ ରାତି ସାରା ଭିଜାଇ ଦିଅନ୍ତୁ । ସକାଳେ ଏହି ପାଣିକୁ ପିଅନ୍ତୁ । ଏହା ଶରୀରରେ ଭିଟାମିନ ଓ ଖଣିଜ ପଦାର୍ଥର ଆବଶ୍ୟକତାକୁ ପୂରଣ କରିଥାଏ । ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଚା’ : ପାନ ମଧୁରୀକୁ ଚା’ କରି ଦୈନିକ ପିଇ ପାରିବେ । ଏହାକୁ ଦୈନିକ ପିଇପାରିବେ । ଚା’କୁ ଫୁଟାଇବା ବେଳେ ଏଥିରେ ପାନ ମଧୁରୀ ପକାନ୍ତୁ । ଏଥିରେ ଅଧା ଚାମଚ ଗୁଡ଼ ମିଶାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.