Below header

ବାଲେଶ୍ବରର ଯୁବକ ନିଖୋଜ ଘଟଣା: ବାପାକୁ ଖୋଜୁଛି ଦେଢ଼ ବର୍ଷର ଝିଅ, ବାଟ ଚାହିଁ ରହିଛନ୍ତି ସ୍ତ୍ରୀ

ଜଳେଶ୍ବର(କେନ୍ୟୁଜ୍): ବାପାଙ୍କୁ ଖୋଜୁଛି ଦେଢ଼ ବର୍ଷର ଝିଅ ପ୍ରିୟାଂଶା ଏବଂ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ ଉପାସନା। ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ସରିସା ଗ୍ରାମର ଜଣେ ଯୁବକ ନିଜ ହାତରେ ଏକ ଚିଠି ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଛାଡ଼ିଯିବା ପରେ ନିଖୋଜ ହେବା ଘଟଣାକୁ ୫  ଦିନ ବିତିଯାଇଛି ।  ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।  ୫ ଦିନ ଧରି ଘରେ ଚୁଲି ଜଳି ନାହିଁ।  ପୁରା ପରିବାର ଭୋକ ଉପବାସରେ ରହିଛନ୍ତି। ଆତ୍ମୀୟସ୍ବଜନ ଘରକୁ ଆସିଲେ ଉତ୍ତମଙ୍କ ମା ବୁକୁ ଫଟାଇ କାନ୍ଦୁଛନ୍ତି। ଆଜି ମଧ୍ୟ ପରିବାର ଲୋକେ ତଥା ବନ୍ଧୁବାନ୍ଧବ ଏପରିକି ଗ୍ରାମବାସୀ ଉତ୍ତମକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ବିଭିନ୍ନ ସ୍ଥାନରେ ଟେଲିଫୋନ ଯୋଗେ ଯୋଗାଯୋଗ କରୁଛନ୍ତି।  ଏମିତିକି ସୋସିଆଲ ମିଡ଼ିଆର ମଧ୍ୟ ସାହାରା ନେଇଛନ୍ତି ।

ସେହିପରି ଉତ୍ତମଙ୍କ ବାପା ରାଜକିଶୋର ନାମ୍ପୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୪/୨୨ ନମ୍ବରର ଏକ ନିଖୋଜ ମାମଲା ରୁଜୁ କରି ରାଜ୍ୟର ବିଭିନ୍ନ ଥାନାକୁ ଉତ୍ତମଙ୍କ ଫଟୋ ସହ ନିଖୋଜ ସୂଚନା ପଠାଇଛି।

baleswar2

ପ୍ରକାଶଯୋଗ୍ୟ ଯେ ଜଳେଶ୍ଵର ଥାନା ଅଧିନସ୍ଥ ନାମ୍ପୋ ଫାଣ୍ଡି ଅଧିନସ୍ଥ ସରିସା ଗ୍ରାମର ରାଜକିଶୋର ପଣ୍ଡା ଓ ଶୁଭଙ୍କରି ପଣ୍ଡାଙ୍କ ପୁତ୍ର ଉତ୍ତମ କୁମାର ପଣ୍ଡା ହରିଆଣାରେ ଚାକିରି କରିଥିଲେ।  ସେମାନେ ଦୁଇଦିନ ତଳେ ଘରକୁ ଆସିଥିଲେ। ଗତକାଲି ସେ କାହାକୁ କିଛି ନକହି ଘରୁ ବାହାରି ଯାଇଥିଲେ ।  ଯିବା ସମୟରେ ଘରେ ତାଙ୍କର ମୋବାଇଲ ଓ ହାତଲେଖା ଚିଠି ଛାଡ଼ି ଯାଇଥିଲେ। ଚିଠିରେ ମୋତେ ଏତେ ବଡ଼ ରୋଗ ହୋଇଛି ବୋଲି ଜାଣିଥିଲେ କେବେବି ବିବାହ କରିନଥାନ୍ତି। ମୋତେ କ୍ଷମା କରିଦେବ। ମୋ ରୋଗ ଏବେ ଚତୁର୍ଥ ଷ୍ଟେଜରେ ଅଛି। ଯାହା କେବେ ଠିକ ହେବ ନାହିଁ। ଚିକିତ୍ସା ହେଲେ ଅର୍ଥ ଖର୍ଚ୍ଚ ହେବ ଲାଭ ମିଳିବନି ।

ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ମୋ ଝିଅ ପାଠ ପଢିବ‌, ବାପା,ମା,କାକା,କାକି, ସ୍ତ୍ରୀ,ଝିଅ, ଭଉଣୀ,,ଶାଶୁ,ଶଶୁର ମୋତେ କେହି ଭୁଲ ବୁଝିବେ ନାହିଁ।  ମୁଁ କାହା ପାଇଁ କିଛି କରିପାରିଲି ନାହିଁ। ତେଣୁ ମୁଁ ଆପଣ ମାନଙ୍କୁ ଛାଡି ଯାଉଛି। ମୋତେ ଖୋଜିବାକୁ ଚେଷ୍ଟା କରିବେ ନାହିଁ ବୋଲି ଉଲ୍ଲେଖ ଥିଲା। ଅନ୍ୟ ପଟେ ଉତ୍ତମଙ୍କ ଦେଢ଼ ବର୍ଷର ଝିଅ ପ୍ରିୟାଂଶି ମଧ୍ୟ ବାପାଙ୍କୁ ଖୋଜୁଛି।  ସ୍ତ୍ରୀ ଉପାସନା ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.