ଚାଣକ୍ୟ ନୀତି, ଲକ୍ଷ୍ମୀଜୀଙ୍କୁ ପାଇବାକୁ ଚାହାଁନ୍ତି ତ ଏହି କଥାକୁ ସର୍ବଦା ରଖନ୍ତୁ ଧ୍ୟାନରେ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଚାଣକ୍ୟଙ୍କ ଅନୁସାରେ ଜୀବନରେ ଯଦି ସଫଳତା ଓ ଧନ ପାଇବାକୁ ଚାହାଁନ୍ତି ତେବେ କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ ।

ଚାଣକ୍ୟଙ୍କ ଏହି କଥାରେ ଲୁଚି ରହିଛି ସଫଳତା ଓ ଧନ ପ୍ରାପ୍ତିର ରହସ୍ୟ ।ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।ଧନ ସମ୍ପର୍କିତ ବହୁ କଥା ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ଲକ୍ଷ୍ମୀଜୀଙ୍କ କୃପା ପାଇବାକୁ ହେଲେ ଚାଣକ୍ୟଙ୍କ ଏହି କଥା ଧ୍ୟାନ ରଖିବା ଉଚିତ୍‌ ।

ଧନର ବ୍ୟୟ : ଚାଣକ୍ୟ ନୀତି ଅନୁସାରେ ମନୁଷ୍ୟଙ୍କୁ ଧନ ବ୍ୟୟ ଅତି ଗମ୍ଭୀରତାର ସହିତ ନେବା ଉଚିତ୍‌ । ଯେଉଁ ବ୍ୟକ୍ତି ଧନ ଆସିବା ପରେ ଏହାର ବ୍ୟୟ ନେଇ କେବେ ଭାବିନଥାନ୍ତି ଏବଂ ଅନାବଶ୍ୟକ ଜିନିଷରେ ଧନ ବ୍ୟୟ କରିଥାନ୍ତି । ଏମିତି ବ୍ୟକ୍ତିଙ୍କ ଠାରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଯେଉଁଥିପାଇଁ ଏହି ଲୋକଙ୍କୁ ପରେ ଧନର ଅଭାବ ପରିଲକ୍ଷିତ ହୋଇଥାଏ । ତେଣୁ ଜରୁରୀ ସମୟରେ ହିଁ ଧନର ଖର୍ଚ୍ଚ କରାଯାଇଥାଏ ।

ଧନର ସଂଚୟ : ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ଲୋକ ଧନ ସଂଚୟ କରନ୍ତି । ଆବଶ୍ୟକ ପଡିଲେ ହିଁ କେବଳ ଧନ ଖର୍ଚ୍ଚ କରିଥାନ୍ତି । ଏପରି ଲୋକଙ୍କ ଉପରେ ମା’ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାନ୍ତି । ଏମିତି ଲୋକଙ୍କୁ ଲକ୍ଷ୍ମୀଜୀ ଆଶିର୍ବାଦ ପ୍ରଦାନ କରିଥାନ୍ତି ।

ଧନର ରକ୍ଷା : ଚାଣକ୍ୟ ନୀତି କୁହେ ଧନ ଆସିବା ପରେ ଏହାକୁ ଗମ୍ଭୀରତାର ସହ ରକ୍ଷା କରିବା ଉଚିତ୍‌ । ଯେଉଁ ଲୋକ ଧନର ରକ୍ଷା ନକରନ୍ତି ଲକ୍ଷ୍ମୀଜୀ ତାଙ୍କ ଉପରେ କ୍ରୋଧ କରିଥାନ୍ତି । ସେହି ସ୍ଥାନ ଲକ୍ଷ୍ମୀଜୀ ଛାଡ଼ି ଚାଲିଯାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.