ବାଲିଗୁଡ଼ା: ହୋଟେଲରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

କୁନା ନାମକ ହୋଟେଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପ୍ରକାରେ ହୋଟେଲ ଟି ବନ୍ଦ ଥିବା ବେଳେ କୌଣସି କାରଣରୁ  ନିଆଁ ଲାଗିଯାଇଥିଲା ।

ବାଲିଗୁଡ଼ା(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ । କୁନା ନାମକ ହୋଟେଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପ୍ରକାରେ ହୋଟେଲ ଟି ବନ୍ଦ ଥିବା ବେଳେ କୌଣସି କାରଣରୁ  ନିଆଁ ଲାଗିଯାଇଥିଲା ।

ଖବରପାଇ ହୋଟେଲ ମାଲିକ ଏବଂ ଅଞ୍ଚଳବାସୀ ନିଆଁକୁ ଆୟତ୍ତ କରିବା ସହ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ହୋଟେଲରେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ । ଅଗ୍ନିକାଣ୍ଡରେ ହୋଟେଲରେ ଥିବା ଫ୍ରିଜ,ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଜଳି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.