ଠାରରେ ମନ ଦିଆନିଆ, ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ଦିବ୍ୟାଙ୍ଗ ପ୍ରେମୀ ଯୁଗଳ

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରେମପକ୍ଷୀ। ଜଣେ ଜଣଙ୍କର ହାତ ଧରି ସାତ ଜନ୍ମ ପାଇଁ ସାଥି ହେଲେ ଏକ ଭିନ୍ନ ପ୍ରେମୀ ଯୁଗଳ। ବର କନିଆଁ ସାଜି ପରଷ୍ପରର ସାଥ୍‌ ଦେବାକୁ ନେଲେ ଶପଥ। ଆଉ ଜଣେ ଜଣଙ୍କର ସାହାରା ପାଲଟିବେ ବୋଲି କଲେ ପ୍ରତିଶୃତି।

ବାସୁଦେବପୁର(କେନ୍ୟୁଜ୍): ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରେମପକ୍ଷୀ। ଜଣେ ଜଣଙ୍କର ହାତ ଧରି ସାତ ଜନ୍ମ ପାଇଁ ସାଥି ହେଲେ ଏକ ଭିନ୍ନ ପ୍ରେମୀ ଯୁଗଳ। ବର କନିଆଁ ସାଜି ପରଷ୍ପରର ସାଥ୍‌ ଦେବାକୁ ନେଲେ ଶପଥ। ଆଉ ଜଣେ ଜଣଙ୍କର ସାହାରା ପାଲଟିବେ ବୋଲି କଲେ ପ୍ରତିଶୃତି।

କଲେଜ ପାଠ ପଢା ମଧ୍ୟରେ ଦେଖାଚାହାଁ । ପରେ ଉଭୟ ଉଭୟଙ୍କୁ କେବଳ ଠରା ଠରିରେ ପ୍ରେମ । ପୁଣି ମୋବାଇଲ ନମ୍ବର ଦିଆନିଆ । ମୁକ ବଧିର ହୋଇ ମଧ୍ୟ ଭିଡିଓ କଲିଂରେ ମଜା ମସ୍ତି ଆଉ ମନ ଦିଆ ନିଆ । ପାଟିରେ କହି ପାରୁ ନଥିଲେ ମଧ୍ୟ ଉଭୟ ଚିହ୍ନିଥିଲେ ମନ ଆଉ ହୃଦୟକୁ । ଉପକୂଳରୁ ଉପାନ୍ତ ଦୀର୍ଘ ୬ଶହ କିଲୋମିଟର । ଦୁଇ ପ୍ରେମୀ ଯୁଗଳ ଦୀର୍ଘ ୫ବର୍ଷ ଧରି ଗଢି ଚାଲିଥିଲେ ନିଜ ପ୍ରେମ ରାଇଜର ତାଜ ମହଲକୁ । ଏବେ ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଦୁଇ ଦିବ୍ୟାଙ୍ଗ । ଏପରି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ମୁନସିପାଲଟି ଅନ୍ତର୍ଗତ ଶୁକଦେବପୁର ଗ୍ରାମରେ ।

ଏହି ଗ୍ରାମର ଗୋପାଳ ପାତ୍ରଙ୍କ ପୁଅ ବିଜୟ ଭୁବନେଶ୍ୱରରେ ରହି ଆଇଟିଆଇ ପାଠ ପଢୁଥିଲା । ସେହି ସ୍ଥାନରେ ରହି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଥାନା ଅନ୍ତର୍ଗତ ଲୋକିଦି ଗ୍ରାମର ସ୍ଟିପେନ୍ ନାୟକଙ୍କ ଝିଅ ସଲାମୀ ନାୟକ ଯୁକ୍ତ ୩ରେ ପାଠ ପଢୁଥିଲେ । ଏହା ମଧ୍ୟରେ ଠରା ଠରିରେ ଉଭୟ ଉଭୟଙ୍କୁ ଭଲ ପାଇବସିଥିଲେ । ତେବେ ଏସବୁ ଭିତରେ ଗତକାଲି ଉଭୟ ଦିବ୍ୟାଙ୍ଗ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ବାସୁଦେବପୁର ଶୁକଦେବପୁର ଗାଁର ବିଜୟ ପାତ୍ର ଆଉ କନ୍ଦମାଳ ଜି. ଉଦୟଗିରିର ସଲାମୀ ନାୟକଙ୍କ ମୁଣ୍ଡରେ ସିନ୍ଦୁର ଆଉ ହାତରେ ଚୁଡି ଦେଇ ସାତ ଜନମକୁ ସାଥି କରି ନେଇଛନ୍ତି ଉଭୟଙ୍କ ପରିବାରର ସ୍ୱୀକୃତିରେ ।

ତେବେ ଯାହା ସୂଚନା ମିଳିଛି ଉଭୟଙ୍କ ପାଠ ପଢା ସରଯିବାରୁ ଉଭୟ ନିଜ ନିଜ ଘରକୁ ଫେରିଯାଇଥିଲେ । ଓଡିଶା ସିମାନ୍ତ ଜିଲ୍ଲା କନ୍ଧମାଳ ଓ ବଙ୍ଗବସାଗର ତଟବର୍ତ୍ତି ଜିଲ୍ଲା ଭଦ୍ରକ ଜିଲ୍ଲା ବହୁ ଦୁର ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଆଉ ଦେଖାସାକ୍ଷାତ ହୋଇପାରିନଥିଲା । ପରେ ଉଭୟ ଭିଡିଓ ଚାଟିଂରେ ବିବାହ କରିବାକୁ ସ୍ଥିର କରିଥିଲେ । ଇତି ମଧ୍ୟରେ ବିଜୟ ପାଠ ପଢି କେନ୍ଦ୍ରସରକାରଙ୍କ ପୋଷ୍ଟାଲ ବିଭାଗର ଚାକିରି କରିଥିଲେ । ସେହିପରି ସଲାମୀ ବାଲେଶ୍ୱର ଜିଲ୍ଲାରେ ବିଶାଲ ନାମକ ଏକ ମାର୍କେଟ ସଂସ୍ଥାରେ କାମ କରୁଥିଲେ ।

couple

ଉଭୟ ଉଭୟ ସଂସ୍ଥାରେ ଥାଇ ମଧ୍ୟ ନିଜ ପ୍ରେମକୁ କେବେ ଭୁଲି ପାରିନଥିଲେ । ଶେଷରେ ଉଭୟ ପରିବାର ଉଭୟଙ୍କ ବିବାହ କରିବାର ମନସ୍ତ କଲେ । ଆଜି ଏହି ବିବାହ ପାଇଁ ବାସୁଦେବପୁର ବ୍ଲକ ଏଡତାଳ ପାବନକ୍ଷେତ୍ରରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହ ସମୟରେ କନ୍ୟା ସଲାମୀଙ୍କ ବାପା ମାଆ ଆସିଥିଲେ ସତ ହେଲେ କେହି ବିବାହ ମଣ୍ଡପକୁ ଯାଇନଥିଲେ । ଶେଷରେ କମାରଗାଁ ଅଂଚଳର ମଧୁସୁଦନ ମହାରଣା ନିଜେ କନ୍ୟାର ବାପା ସାଜି ଝିଅକୁ ବିଦାୟ ଦେଇଥିଲେ ।

ଏହି ବିବାହ ସମୟରେ ବ୍ରାହ୍ମଣ ନିଜର ମନ୍ତ୍ରପାଠ କରୁଥାଆନ୍ତ ସତ ହେଲେ କର କନ୍ୟା କିଛି ଶୁଣି ପାରୁ ନଥିଲେ କି କିଛି କହି ପାରୁନଥିଲେ । କେବଳ ଠରା ଠରିରେ ଏହି ବିବାହ ସମ୍ପର୍ଣ୍ଣ ହୋଇଥିଲା । ଉଭୟ କଥା କହିପାରୁନଥିବାରୁ ଉଭୟେ ନିଜ ନିଜର କଥାକୁ ଭଲ ଭାବେ ବୁଝି ପାରିବା ସହି ନିଜ ସଂସାରକୁ ସୁରୁଖୁରୁରେ ଆଗକୁ କଢେଇ ନେବେ ଏ ଆଶା ସମସ୍ତଙ୍କ ମନରେ ଥିବାବେଳେ ଏହି ବାହାଘରରେ ପୁଅର ପରିବାର ଲୋକେ ଅତ୍ୟନ୍ତ ଖୁସି ଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.