Below header

ଭୁବନେଶ୍ୱରରେ ଅଗ୍ନିକାଣ୍ଡ : ରୂପାଲି ଛକରେ ଥିବା ଦୁଇ ଚାଟ୍‌ ଦୋକାନ୍‌ ପୋଡ଼ି ପାଉଁଶ

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟିଯଇଛି । ରୂପାଲି ଛକରେ ଥିବା ଦୁଇଟି ଚାଟ୍‌ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ଜଣାଯାଇଛି ।

ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଦୋକାନୀ ଜଣକ ସୂଚନା ଦେଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି ।  ତେବେ ଏଥିରେ କୈାଣସି ଜୀବନ ହାନୀ ଘଟିନଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.