Below header

ପାକିସ୍ଥାନ ଟିମ୍‌ ରହୁଛନ୍ତି ଇଂଲଣ୍ଡର ଥ୍ରୀ ଷ୍ଟାର ହୋଟେଲରେ, ଖାଉଛନ୍ତି ତଳେ

ଇଂଲଣ୍ଡ : ପାକିସ୍ଥାନ୍‌ ଟିମ୍‌ ଏବେ ପ୍ରଥମ ଇଣ୍ଟରନେସ୍‌ନାଲ୍‌ ସିରିଜ ଟି ୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ପାଇଁ ଇଂଲଣ୍ଡରେ ଅଛନ୍ତି । ଜୁଲାଇ ୩୦ରୁ ସେପ୍ଟେମ୍ବର ୨ ଯାଏ ଏଠାରେ ଏହି ମ୍ୟାଚ୍‌ଗୁଡିକ ଖେଳାଯିବ । ପାକିସ୍ତାନ ଦଳର ଆଝାର ଟେଷ୍ଟ ମ୍ୟାଚ୍‌କୁ ପ୍ରତିନିଧିତ୍ତ୍ୱ କରିବାକୁ ଥିବା ବେଳେ ବାବର ଆଜମ୍‌ ଟି୨୦ ମ୍ୟାଚ୍‌ର ପ୍ରତିନିଧିତ୍ତ୍ୱ କରିବେ ।

ଖେଳ ପାଇଁ ପ୍ରାକ୍‌ଟିସ୍‌ ଚାଲିଥିବା ବେଳେ ପାକିସ୍ତାନ ଟିମ୍‌ ଇଂଲଣ୍ଡର ଏକ ଥ୍ରୀ ଷ୍ଟାର ହୋଟେଲରେ ରହିଛନ୍ତି । ତେବେ ମଜା କଥା ହେଉଛି ପାକିସ୍ତାନ ଟିମ୍‌  ଥ୍ରୀ ଷ୍ଟାର ହୋଟେଲରେ ୧୪ ଦିନିଆ ସଂଘରୋଧରେ ଥିବା ବେଳେ ସେମାନଙ୍କୁ ଖାଇବାକୁ ପଡୁଛି ତଳେ । 

pak-t20-1

କାରଣ କରୋନା ଗାଇଡଲାଇନ୍‌ ଅନୁଯାୟୀ ସମସ୍ତେ ଏକାଠି ହୋଇ ଖାଇ ପାରିବେ ନାହିଁ । ତେଣୁ ପାକିସ୍ତାନ ଟିମ୍‌କୁ ତଳେ ବସି ଖାଇବାକୁ ପଡ଼ୁଛି । ପାକିସ୍ତାନ ଏଠାରେ ଇଂଲଣ୍ଡ ସହ ୨୦୨୦ ସିରିଜ୍‌ ମ୍ୟାଚ୍‌ ଖେଳିବ ।

ଇଂଲଣ୍ଡର ରେକ୍‌ଷ୍ଟରରେ ଏବେ ୧୪ ଦିନ ସଂଘରୋଧ ସମାପ୍ତ କରି ପାକିସ୍ତାନ ଟିମ୍‌ ଦର୍ବେରେ ଥିବା ଏକ ଟ୍ରାଭେଲଜ୍‌କୁ ସ୍ତାନାନ୍ତର ହୋଇଛନ୍ତି । ସେଠାରେ ଏବେ ଖେଳାକୀମାନେ ଗ୍ରାଉଣ୍ଡକୁ ଯାଇ ପ୍ରାକ୍‌ଟିସ୍‌ କରିବା ସହ ଏକାଠି ଖାଇ ପାରିବେ ବୋଲି ଅନୁମତି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.