Below header

କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରରେ ଅଗ୍ନିକାଣ୍ଡ, ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ। ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମୁଷାଡିହା ଗାଁରେ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଜଳିଯାଇଛି। ଜଣେ ମହିଳା ଓ ୩ଟି ଗୋରୁ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ସୁଶାନ୍ତ ନାୟକ ଓ ଶରତ ମହାନ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ରୋଷେଇ ଚୁୁଲିରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଖବର ପାଇ ଦମକଳ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ମଧୁପୁରା ଗାଁରେ ଅଗ୍ନିକାଣ୍ଡରେ ୩ଟି ଗୋରୁ ଜୀବନ୍ତ ପୋଡି ଯାଇଛନ୍ତି। ଅନ୍ୟ ୧୨ଟି ଗୋରୁଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି। ବିଳମ୍ବିତ ରାତିରେ ଅନନ୍ତ ବିଶ୍ୱାଳଙ୍କ ଗୁହାଳ ଘରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.