ଅପରାଧୀର ଅଦ୍ଭୂତ ଅନ୍ଧବିଶ୍ବାସ , ମାସର ଏହି ଖାସ୍ ତାରିଖରେ କରୁଥିଲା ହତ୍ୟା

ଅନ୍ଧବିଶ୍ବାସକୁ କେବଳ ସାଧାରଣ ଲୋକ ବିଶ୍ବାସ କରୁନାହାନ୍ତି ବରଂ ଅପରାଧୀମାନେ ମଧ୍ୟ ଏହାକୁ ମାନୁଛନ୍ତି। ଏହଭଳି ଏକ ଅନ୍ଧବିଶ୍ବାସକୁ ମାନୁଥିଲା କୁଖ୍ୟାତ ଅପରାଧୀ କାଲା ପ୍ରଧାନ। ଉତ୍ତରପ୍ରଦେଶର ଜେବରରେ ସାମୂହିକ ଦୁଷ୍କର୍ମ, ଲକ୍ଷ୍ନୋ ଡକାୟତୀ ରେ ଚର୍ଚ୍ଚାରେ ଥିବା କାଲା ଏବେ ପୋଲିସର କବ୍ଜାରେ ରହିଛି।
ଘୁମନ୍ତୁ ଜନଜାତିଙ୍କୁ ଗ୍ୟାଙ୍ଗ କରି ହତ୍ୟା ଏବଂ ଡକାୟତୀ କରୁଥିବା କୁଖ୍ୟାତ ବାୱାରିୟା ରାଜକିଶୋର ବହେଲିୟା ଓରଫ କାଲା ପ୍ରଧାନକୁ ୟୁପି ପୋଲିସ ଶନିବାର ଦିନ ରାତିରେ ଗାଜିଆବାଦର ସାହିବାବାଦରୁ ଗିରଫ କରିଛି। ପୋଲିସ କାଲା ପ୍ରଧାନକୁ ଧରିବା ପାଇଁ ୫୦ ହଜାର ପୁରଷ୍କାର ରାଶି ଘୋଷଣା କରିଥିଲା।
କାଲା ପ୍ରଧାନ ୨୦୧୮ରେ ଲକ୍ଷ୍ନୋରେ ହତ୍ୟା କରି ଡକାୟତିର ରୂପ ଦେଇଥିଲା। କାଲା ପ୍ରଧାନ ନାମରେ ୩୬ରୁ ଅଧିକ କେସ ରୁଜୁ ହୋଇଛି। ଏହି ଗ୍ୟାଙ୍ଗର ବହୁତ ସଦସ୍ୟ ପୂର୍ବରୁ ଗିରଫ ହୋଇଯାଇଥିଲେ କିନ୍ତୁ କାଲା ପ୍ରଧାନ ଫେରାର ଥିଲା।
ପୋଲିସ ସୂଚନା ଅନୁଯାୟୀ କାଲା ପ୍ରଧାନ ୧୭ ବର୍ଷ ବୟସରୁ ଅପରାଧ ଦୁନିଆରେ ପାଦ ରଖିଥିଲା। କାଲା ପ୍ରଧାନ ଅନ୍ଧବିଶ୍ବାସକୁ ମାନୁଥିଲା। ସେ ସବୁବେଳେ ତାରିଖ ଅନୁଯାୟୀ ଅପରାଧ କାଣ୍ଡ ଘଟାଉଥିଲା। ଏହା ପାଇଁ ସେ ସବୁବେଳେ ସମ ତାରିଖକୁ ବ୍ୟବହାର କରୁଥିଲା ଯଥା ୪,୬,୮ ଇତ୍ୟାଦି। ଏହାପାଇଁ ସେ କେବେବି ମୋବାଇଲ ଫୋନ ବ୍ୟବହାର କରୁନଥିଲା। ଘଟଣା ଘଟାଇବାର କିଛି ଦିନ ପୂର୍ବରୁ ସେହି ଇଲାକାରେ ଯାଞ୍ଚ କରୁଥିଲା।