ଝିଅଙ୍କ ନାଁରେ ରଖାଯିବ ଦୋକାନର ନାମ, ଖୁସି ଆଣିଲା ସରକାରଙ୍କ ନୂଆ ସ୍କିମ୍

ହିମାଚଳ ପ୍ରଦେଶର ଉନାରେ ଝିଅମନାଙ୍କ ପାଇଁ ସରକାର ଏକ ଖାସ୍ ଯୋଜନା ଲାଗୁ କରିଛନ୍ତି । ଯାହା ଦ୍ୱାରା ତାଙ୍କୁ ପରିବାରରେ ଗୁରୁତ୍ୱ ମିଳିବ । ଏହି ଯୋଜନାର ନାମ ଊନା ଉତ୍କର୍ଷ । ପରିବାରରେ ପୁଅଙ୍କ ଭଳି ଝିଅମାନଙ୍କୁ ମଧ୍ୟ ଅଧିକ ଗୁରୁତ୍ବ ଦେବାକୁ ଏହି ଯୋଜନାର ଲକ୍ଷ୍ୟ ରହିଛି । ଏହା ଦ୍ବାରା ଝିଅଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଏହି ଯୋଜନାରେ ଲୋକମାନେ ନିଜ ଝିଅର ନାମ ଅନୁସାରେ ଦୋକାନର ନାମ ରଖୁଛନ୍ତି । ପୂର୍ବରୁ ସେମାନେ ନିଜ ପୁଅମାନଙ୍କ ନାମ ଅନୁସାରେ ଦୋକାନର ନାମ ରଖୁଥିଲେ ।

ଏହି ନେମ ପ୍ଲେଟ ମାମୁଲି ଦେଖା ଯାଉଥିଲେ ମଧ୍ୟ ଝିଅମାନଙ୍କୁ ଏକ ସ୍ୱର ମିଳିବ । ସେମାନଙ୍କୁ ମଧ୍ୟ ଅନୁଭବ ହେବ ଯେ ପରିବାର ଯେତିକି ଗୁରୁତ୍ବ ପୁଅଙ୍କୁ ଦିଆଯାଉଛି ସେତିକି ଝିଅଙ୍କୁ ମଧ୍ୟ ମିଳିବ। ଊନାର ଏକ ଗ୍ରାମରେ ଏଭଳି ବହୁ ଦୋକାନ ରହିଛି ଯାହା ଝିଅମାନଙ୍କ ନାମରେ ରଖାଯାଇଛି ।

happy girlଏବେ ଅନ୍ୟ ଗାଁ ମାନଙ୍କରେ ମଧ୍ୟ ଏମିତି ସାଇନବୋର୍ଡ ଦେଖିବାକୁ ମିଳିବ, ଯାହା ଝିଅ ମାନଙ୍କର ନାମରେ ରହିଛି। ସେଠାରେ ଥିବା ଦୋକାନ ଗୁଡିକର ନାମ ସବୁ ଅର୍ଚ୍ଚିତା ନବ ଦୁର୍ଗା ବ୍ୟୁଟି ସେଲୁନ, ପଲ୍ଲବୀ ବଶିଷ୍ଠ ଅଟୋ କେୟାର, ଖୁସି ରାଣା ୱାସିଂ ସେଣ୍ଟର, ମେଘା ପିଜ୍ଜା ହଟ, ନାଜିଆ ସୁଜ ଆଣ୍ଡ ଚପଲ ହାଉସ ଇତ୍ୟାଦି ରହିଛି ।

ମହିଳା ଏବଂ ବାଳ ବିକାଶ ଜିଲ୍ଲା ପ୍ରୋଗ୍ରାମିଙ୍ଗ ଅଫିସର ସତନାମ ସିଂହଙ୍କ କହିବା ଅନୁଯାୟୀ, ପ୍ରଥମରୁ ଲୋକମାନେ ଏହାକୁ ବିରୋଧ କରିଥିଲେ କିନ୍ତୁ ସମୟକ୍ରମେ ଲୋକମାନେ ଏହାକୁ ଆପଣେଇ ନେଇଥିଲେ । ଏହା ଦ୍ୱାରା ନାରୀ ସଶକ୍ତିକରଣ ହେଉଛି ।

ଏହି ଯୋଜନା ଦ୍ୱାରା ପ୍ରତି ପଚାଂୟତରେ କୁହାଯାଉଛି କି, ସେମାନେ ତିନି ଜଣ ଝିଅଙ୍କ ନାମ ଦିଅନ୍ତୁ ସେମାନଙ୍କର ଫଟୋ ପୋଷ୍ଟରରେ ବାହାର କରି ଲେଖାଯିବ ଯେ, ଆମ ଝିଅ ଆମ ଗର୍ବ । ଅମ୍ବୋଆ ଗ୍ରାମର ପ୍ରିତୀ ଶର୍ମା ନାମକ ଜଣେ ଝିଅର ପୋଷ୍ଟର ଲାଗିଛି । ସେ ଏମବିଏ ପଢି ସାରିଛି ଏବଂ ଏମଡି ପାଇଁ ପ୍ରସ୍ତୁତ ହେଉଛି । ଘର ବାହାରେ ଲାଗୁଥିବା ନେମ ପ୍ଲେଟ ଏବେ ମହିଳାମାନଙ୍କ ନାମରେ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.