Below header

ଅଗ୍ନି ନିରାପତ୍ତାକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ, ଡିଜି ପଦରୁ ବିକେ ଶର୍ମାଙ୍କ ଅପସାରଣ ପରେ ଜୋର ଧରିଛି ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍): ଅଗ୍ନି ନିରାପତ୍ତାକୁ ନେଇ ଝଡ । ନିରାପତ୍ତା କ୍ଷେତ୍ରରେ ସ୍ୱଚ୍ଛତା ଜରୁରୀ । ଅଗ୍ନି ନିରାପତ୍ତାକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଗତକାଲି ଡିଜି ପଦରୁ ବିକେ ଶର୍ମାଙ୍କ ଅପସାରଣ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଅଗ୍ନି ନିରାପତ୍ତା ପ୍ରମାଣପତ୍ର କ୍ଷେତ୍ରରେ ଅନିୟମିତତା ଅଭିଯୋଗ ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ କମିଟି କରିବ ତଦନ୍ତ । କମିଟିରେ ରହିବେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ । ସପିଂ ମଲ ହେଉ ଅବା ଡାକ୍ତରଖାନା । ବାସଗୃହ ହେଉ କି କୋଠା । ଅଗ୍ନି ନିରାପତ୍ତା ସୁରକ୍ଷା ପ୍ରମାଣପତ୍ର ଜରୁରୀ । ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ଗୋଟିଏ ପରେ ଗୋଟିଏ ପଦକ୍ଷେପ । ଭୁବନେଶ୍ୱର ଉତ୍କଳ କନିିକା ଗାଲେରିଆ ମଲକୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ପାର୍କିଂର ବ୍ୟବସ୍ଥା ନଥିବାରୁ ସିଲ୍‌ କରାଯାଇଛି ।

ସେପଟେ ସବୁ ତଥ୍ୟ ଓ ଅନୁମତି ଥିବା ସତ୍ତ୍ୱେ କାହିଁକି ସପିଂ ମଲକୁ ସିଲ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ମଲ୍‌ କର୍ତ୍ତୃପକ୍ଷ।..ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପାଇଁ ‘ଓଡ଼ିଶା ଅଗ୍ନି ନିରୋଧ ଓ ନିରାପତ୍ତା ସଂଶୋଧିତ ଅଧିନିୟମ-୨୦୧୯’ ଲାଗୁ କରାଯାଇଛି । ଅଧିନିୟମ ଅନୁସାରେ ଏଣିକି କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର । ଆସନ୍ତୁ ଜାଣିବା ଅଧିନିୟମରେ କଣ ଅଛି ବ୍ୟବସ୍ଥା।

  • ଏଣିକି କ୍ଷେତ୍ରୀୟ କର୍ମଚାରୀ ଦେଇପାରିବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର । ଅସ୍ଥାୟୀ ଢାଞ୍ଚା ପାଇଁ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ, ପ୍ରଦାନକାରୀ ଅଧିକାରୀଙ୍କ ର‍୍ୟାଙ୍କ, ଷ୍ଟେସନ ଅଫିସର ତଳକୁ ହୋଇନଥିବା ଦରକାର ।
  • ୧୫ ମିଟରରୁ କମ୍‌ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ପ୍ରମାଣପତ୍ର ଦେବେ ସର୍କଲ ଡେପୁଟି ଫାୟାର ଅଫିସର ବା CDFO ।
  • ୧୫ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ କୋଠା ପାଇଁ ରେଞ୍ଜ ଫାୟାର ଅଫିସର ପ୍ରମାଣପତ୍ର ପ୍ରଦାନ କରିବେ ।
  • ସେହିଭଳି ୩୫ରୁ ଅଧିକ ଉଚ୍ଚତା କୋଠା ପାଇଁ ଚିଫ୍‌ ଫାୟାର ଅଫିସର ପ୍ରମାଣପତ୍ର ଦେବେ ।
  • ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ହସ୍ପିଟାଲ ପାଇଁ ଡେପୁଟି ଫାୟାର ଅଫିସର ପ୍ରମାଣ ପତ୍ର ପ୍ରଦାନ କରିବେ ।
  • ସିନେମା ହଲ୍‌ ପାଇଁ ଜିଲ୍ଲା ଆସିଷ୍ଟାଣ୍ଟ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେବେ ।
  • ବିମାନବନ୍ଦର ପାଇଁ ରେଞ୍ଜ ଫାୟାର ଅଫିସର, ପେଟ୍ରୋଲପମ୍ପ ଓ ଏଲ୍‌ପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର ସାର୍ଟିଫିକେଟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।
  • ଅଧିନିୟମ ଅନୁସାରେ ଆବେଦନ ଗ୍ରହଣର ୧୮ ଦିନ ମଧ୍ୟରେ ସାର୍ଟିଫିକେଟ ପ୍ରଦାନ କରିବେ ଅଧିକାରୀ ।
  • ପ୍ରମାଣପତ୍ର ୨ବର୍ଷ ପାଇଁ ବଳବତ୍ତର ରହିବ ।
  • ଆବାସିକ କୋଠାବାଡ଼ି କ୍ଷେତ୍ରରେ ଏହା ୫ ବର୍ଷ ଯାଏ କାଏମ ହେବ ।
  • ନିଷ୍ପତ୍ତି ଅନୁସାରେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନିସୁରକ୍ଷା ଅନୁମୋଦନ ଓ ସାର୍ଟିଫିକେଟ ପ୍ରଦାନର ସମସ୍ତ ବ୍ୟବସ୍ଥା ଅନଲାଇନରେ ହେବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.