ମୁମ୍ବାଇର ଏହି ଅଟୋଚାଳକ ନିଜ ଅଟୋରେ ଦେଇଥାନ୍ତି ଘରଭଳି ସମସ୍ତ ସୁବିଧା, ଆଉ ତା ସହିତ..

ବେଳେବେଳେ ଅଟୋ ଚାଳକଙ୍କ ବ୍ୟବହାର ଦେଖି ପ୍ୟାସେଞ୍ଜରମାନେ ବହୁତ ଖୁସି ହୋଇଥାନ୍ତି କିନ୍ତୁ ମୁମ୍ବାଇରେ ଜଣେ ଏପରି ଅଟୋଚାଳକ ରହୁଛନ୍ତି ଯିଏ ନିଜର ପ୍ୟାସେଞ୍ଜରଙ୍କୁ ଯେତେ ସମ୍ଭବ ସୁବିଧା ଦେବାପାଇଁ ଚେଷ୍ଟା କରିଆସିଛନ୍ତି। ସତ୍ୟବାନ ଗୀତେ ନାମକ ଏହି ବ୍ୟକ୍ତିଙ୍କର ଦାବି ହେଉଛି ତାଙ୍କ ଅଟୋ ମୁମ୍ବାଇର ପ୍ରଥମ ହୋମ ସିଷ୍ଟମ ଅଟୋରିକ୍ସା ଅଟେ।

Related image

ବର୍ତ୍ତମାନ ଆପଣ ଭାବୁଥିବେ ହୋମ ସିଷ୍ଟମ ଅଟୋରିକ୍ସା କଣ ? ହୋମ ସିଷ୍ଟମ ଅଟୋରିକ୍ସାର ଅର୍ଥ ହେଉଛି ଘର ଭଳି ସୁବିଧାଥିବା ଅଟୋରିକ୍ସା। ସତ୍ୟବାନଙ୍କ କହିବା ଅନୁଯାୟୀ ମୋ ଅଟୋରିକ୍ସାରେ ଆପଣଙ୍କୁ ଘରର ସମସ୍ତ ସୁବିଧା ମିଳିବ। ଯେପରିକି ସ୍ମାର୍ଟଫୋନ ଚାର୍ଜିଙ୍ଗ, ହ୍ୟାଣ୍ଡୱାସ, ପ୍ୟୁରୀଫାଏଡ ପାଣି ଇତ୍ୟାଦି। ଏହା ପ୍ରକୃତରେ ବହୁତ ଆଶ୍ଚର୍ଯ୍ୟଜନକ ଅଟେ କାରଣ ଅଟୋ ମଧ୍ୟରେ ଥିବା ସୀମିତ ସ୍ଥାନ ମଧ୍ୟରେ ସେ ଏହିସବୁ ଜିନିଷ ବ୍ୟତୀତ ୱାସବେସିନ, ସୁନ୍ଦର ଗଛ, ଟିସୁପେପର, ଡେକ୍ସଟପ ମନିଟର ଇତ୍ୟାଦି ରଖିଛନ୍ତି।

Image result for mumbai's first home system auto

ସିନିଅର ସିଟୀଜେନଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ ଫ୍ରି

ଏହାସହ ପଢନ୍ତୁ ରାଜରାସ୍ତାରେ ଚିତାବାଘ ଓ ଝିଙ୍କ ମଧ୍ୟରେ ଲଢେଇ, ଉପାୟ ନପାଇ ଫେରିଗଲା ଚିତାବାଘ ଦେଖନ୍ତୁ ଭିଡିଓ

କେବଳ ସେତିକି ନୁହେଁ ସତ୍ୟବାନ ବୃଦ୍ଧଯାତ୍ରୀ କିମ୍ବା ସିନିଅର ସିଟୀଜେନଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ ଫ୍ରି ରେ ନେଇଯାଇଥାନ୍ତି। ଏହାବିଷୟରେ ସେ କହିଥାନ୍ତି ଯେ ସିନିଅର ସିଟୀଜେନ ମାନଙ୍କର ରୋଜଗାର ବନ୍ଦ ହୋଇଯାଇଥାଏ ଓ ଅନେକସ୍ଥଳେ ତାଙ୍କର ଦେଖାଶୁଣା କରିବା ପାଇଁ ମଧ୍ୟ କେହି ନଥାନ୍ତି। ସେଥିପାଇଁ ମୁଁ ତାଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ ଫ୍ରିରେ ଛାଡି ଦେଇଥାଏ। ଆପଣ ଏପରି କାହିଁକି କରନ୍ତି ପ୍ରବୋଲି ପଚାରିବାରୁ ସେ କହିଥିଲେ, ମୁଁ ଅଟୋରେ ଏହି ସୁବିଧା ଏଥିପାଇଁ ଦେଇଥାଏ କାରଣ ମୁଁ ଚାହେଁ ମୋର ପ୍ୟାସେଞ୍ଜରମାନେ ସବୁବେଳେ ଖୁସି ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.