Below header

ଜାଣନ୍ତିକି ମୋଟା ଶିଶୁଙ୍କୁ ଚର୍ମ ରୋଗ ହେବାର ସମ୍ଭାବନା ଅଧିକ ଥାଏ

ଜାଣନ୍ତିକି ମୋଟା ଶିଶୁଙ୍କୁ ହିଁ ଅଧିକ ଚର୍ମ ରୋଗ ତଥା ଏକ୍ଜିମା ପରି ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଅନ୍ତର୍ଜାତୀୟ କ୍ଷେତ୍ରରେ କରାଯାଇଥିବା ଏକ ଗବେଷଣାରୁ ହିଁ ଏପରି ଏକ ତଥ୍ୟ ପଦାକୁ ଆସିଛି । ଆଲର୍ଜି ଏବଂ କ୍ଲିନିକାଲ ଇମ୍ୟୁନୋଲୋଜି ଜର୍ଣ୍ଣାଲ ତରଫରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ମୋଟାପଣ ଦ୍ୱାରା ପିଲାଙ୍କ ଜୀବନ ଉପରେ ଏକ ପ୍ରକାର କୁପ୍ରଭାବ ପଡୁଛି । ପୂର୍ବରୁ ମୋଟା ପଣ ବୃଦ୍ଧି ଦ୍ୱାରା ହୃଦରୋଗ ପରି ରୋଗ ହେବାର ଆଶଙ୍କା ଅଧିକ ଥାଏ । କିନ୍ତୁ ଏହା ଶିଶୁଙ୍କ ଚର୍ମ ଉପରେ ବି ପ୍ରଭାବ ପକାଇବ ଏ ଧାରଣା ହୁଏତ କାହାର ନ ଥିଲା । ଗବେଷକ ମାନେ ବିଗତ କେତେ ଦିନର ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ହିଁ ଏପରି ଏକ ବଡ ଧରଣର ସମୀକ୍ଷା କରିଛନ୍ତି । ଏଠିରେ ସେମାନେ ପ୍ରାୟ ୧୫୦୦ ଗବେଷଣାକୁ ସାମିଲ କରିଥିବା ବେଳେ ୨୦ ଲକ୍ଷ ବିଭିନ୍ନ ପ୍ରକାର ଆଲର୍ଜି ପୀଡିତଙ୍କୁ ନମୁନା ହିସାବରେ ନେଇଥିଲେ ।

fatty child

ଏହା ସହ ପଢନ୍ତୁ: ମାତ୍ର ୧୦ ଦିନ ରସୁଣ ତେଲ ବ୍ୟବହାର କରି କେଶକୁ କରନ୍ତୁ ମୁଲାୟମ ଓ ରୂପିମୁକ୍ତ

ଏହା ଦ୍ୱାରା ସମାନେ ପ୍ରାୟ ୪୨ ପ୍ରକାରର ଏଲର୍ଜୀକୁ ଠାବ କରିଥିଲେ । ଶିଶୁ ଜନ୍ମ ସମୟ, ଗର୍ଭାବସ୍ଥା ସମୟ ଓ ଛୋଟ ପିଲାଙ୍କ ଠାରେ ବିଶେଷ ଭାବେ ଧ୍ୟାନରେ ରଖିଥିଲେ । ବୈଜ୍ଞାନିକଙ୍କ ଅନୁଯାୟୀ ଶିଶୁ ଜନ୍ମ ହେବା ପରଠୁ ହିଁ ପ୍ରତି ଗୋଟେ କିଲୋଗ୍ରାମ ଓଜନ ବୃଦ୍ଧିରେ ଫୂଡ଼ ଆଲର୍ଜି ହେବାର ସମ୍ଭାବନା ୪୪ ପ୍ରତିଶତ ପର୍ଯ୍ୟନ୍ତ ବଢିଥାଏ । ଆହୁରି ମଧ୍ୟ ମୋଟା ପିଲାଙ୍କ ଠାରେ ଏକ୍ଜିମା ପରି ଚର୍ମ ରୋଗ ହେବାର ସମ୍ଭାବନା ପ୍ରାୟ ୧୭ ପ୍ରତିଶତ ଥାଏ । ଏହି ଗବେଷଣାଟି ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ମାନଙ୍କ ଶିଶୁ ମାନଙ୍କ ଉପରେ ହିଁ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.