Below header

ଯାଜପୁର: ଅଣ୍ଡା ଖାଇବାକୁ ନେଇ ଝଗଡା, ଏହାକୁ କେନ୍ଦ୍ରକରି ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ଅଣ୍ଡା ଖାଇବାକୁ ନେଇ ଝଗଡା ଓ ଗଣ୍ଡଗୋଳ । ଏହାକୁ କେନ୍ଦ୍ରକରି ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଟିକର ସାହିର ଗୁନା ବେହେରାଙ୍କ ପୁଅ ବିଶ୍ୱଭୂଷଣ । ଗତକାଲି ଅପରାହ୍ନରେ ବିଶ୍ୱଭୂଷଣ ଓ ସଂପର୍କୀୟ ଭାଇ ମାନସ ଦେଉରୀ ଦୁହେଁ ଆରୁହା ହାଟକୁ ଯାଇଥିଲେ । ସେଠାରେ ଅଣ୍ଡା ଖାଇବାକୁ କେନ୍ଦ୍ର କରି କିଛି ଲୋକଙ୍କ ସହ ବଚସା ହୋଇଥିଲା । ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ବାଡାବାଡି କରିବା ସହ ନିକଟସ୍ଥ କ୍ଲବ ଘରେ ପୁରାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ପରିବାର ଲୋକେ ସେଠାରେ ପହଂଚିବା ପରେ ବିଶ୍ୱଭୂଷଣ କୁଆଡେ ଚାଲିଯାଇଥିବା ଲୋକେ କହିଥିଲେ । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ବିଶ୍ୱଭୂଷଣର ସନ୍ଧାନ ପାଇନଥିଲେ । ଆଜି ସକାଳୁ ନିକଟସ୍ଥ ବାଟିଜଙ୍ଗା ଲେଭଲ କ୍ରସିଂ ରେଳ ଧାରଣା କଡରେ ମୃତଦେହ ପଡିଥିବା ପରିବାର ଲୋକେ ଖବର ପାଇଥିଲେ । ସେଠାରୁ ତାକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.