Below header

ରାଜ୍ୟରେ ବର୍ଷକୁ ବର୍ଷ ବଢିବାରେ ଲାଗିଛି ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା, ତଥ୍ୟ ଦେଲେ ପରିବାହନ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ବର୍ଷକୁ ବର୍ଷ ବଢିବାରେ ଲାଗିଛି ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ୨୦୧୬ରୁ ୨୦୧୯ ମଧ୍ୟରେ କ୍ରମାଗତ ଭାବେ ବଢିଚାଲିଛି ଦୁର୍ଘଟଣା। ୨୦୧୬ରେ ୧୦ହଜାର ୫୩୨ଟି ଦୁର୍ଘଟଣା ଘଟିଥିବାବେଳେ ୪ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ରେ ୧୦ହଜାର ୮୫୫ଟି ଦୁର୍ଘଟଣାରେ ୪ହଜାର ୭୯୦ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ୧୧ହଜାର ୨୬୨ଟି ଦୁର୍ଘଟଣାରେ ୫ହଜାର ୩୧୫ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରେ ବର୍ତ୍ତମାନ ସୁଦ୍ଧା ୮ହଜାର ୨୦୩ଟି ଦୁର୍ଘଟଣାରେ ୪ହଜାର ୧୧୫ଜଣଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ପରିବାହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେହିପରି ନୂଆ ପରିବହନ ଆଇନକୁ ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଫାଇନ ଆଦାୟ ଟିକସ ବଢିଛି ହେଲେ ଜରିମାନା କମିଛି। ସେପ୍‌ଟେମ୍ବର ଓ ଅକ୍‌ଟୋବର ଦୁଇ ମାସ ମଧ୍ୟରେ ୧୩କୋଟି ୮୫ଲକ୍ଷ ଜରିମାନା ଆଦାୟ ହୋଇଛି। ଗତ ବର୍ଷ ଏହି ଦୁଇ ମାସରେ ଆଦାୟ ହୋଇଥିଲା ୨୦କୋଟି ୬ଲକ୍ଷ। ଦୁଇ ମାସରେ ଟିକସ ଆଦାୟ ହୋଇଛି ୨୪୪କୋଟି ୬୪ଲକ୍ଷ ଟଙ୍କା। ଗତ ବର୍ଷ ଏହି ଦୁଇ ମାସରେ ଆଦାୟ ହୋଇଥିଲା ୨୦୨କୋଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.