Below header

ଅନୁଗୁଳ ପାତ୍ରପଡ଼ା ଗାଁରେ ପୂର୍ବ ଶତୃତାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡ, ଜଣେ ବ୍ୟକ୍ତି ଗୁରୁତର

ଅନୁଗୁଳ: ଅନୁଗୁଳରେ ଫୁଟିଲା ଗୁଳି। ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ପୂର୍ବ ଶତୃତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇଛି। ଗୁଳିମାଡରେ ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୯ରୁ ୧୦ ଜଣ ଯୁବକ ଧରଣୀଙ୍କ ଘରକୁ ଆସି ମାରଣାସ୍ତ୍ର ଧରି ପାଟିତୁଣ୍ଡ କରିଥିଲେ। ତେବେ ସେତେବେଳେ ଧରଣୀ ଘରେ ନଥିଲେ। ଏହା ଦେଖି ତାଙ୍କ ପତ୍ନୀ ଫୋନ୍‌ କରି ଧରଣୀଙ୍କୁ ଜଣାଇଥିେଲେ। ସେ ଆସିବା ପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ତାଙ୍କ ଡାହାଣ ଜଙ୍ଘରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଜଣେ ଯୁବକଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.