ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ହମ୍‌ସକଲ, ଫୁଟ୍‌ପାଥରେ ବସି ଗାଉଥିଲେ ‘ତେରି ମେରି କାହାନୀ’

ଗାୟକ ହିମେଶ ରେଶମିୟାଙ୍କ ସହ ‘ତେରି ମେରି କାହାନୀ’ ଗୀତ ଗାଇ ରାତାରାତି ଫେମସ୍‌ ହୋଇଥିବା ରାନୁ ମଣ୍ଡଳ ଏବେ ସବୁ ଦିନ ଚର୍ଚ୍ଚାରେ ରହୁଛନ୍ତି। ନୂଆ ହେଉ କି ପୁରୁଣା, ତାଙ୍କ ଗୀତର ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ। ହିମେଶ ରେଶମିୟାଙ୍କ ସହ ଗୀତ ଗାଇବା ପରେ ଏବେ ପ୍ରାୟ ସମସ୍ତେ ତାଙ୍କ ବିଷୟରେ ଜାଣିସାରିଲେଣି। କିନ୍ତୁ ଏହାରି ଭିତରେ ରାନୁଙ୍କ ହମ୍‌ସକଲ ଅର୍ଥାତ୍‌ ତାଙ୍କ ପରି ଚେହେରା ଥିବା ଆଉ ଜଣେ ମହିଳାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ranu1

ରାନୁ ମଣ୍ଡଳଙ୍କ ହମ୍‌ସକଲର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାମାନ ଚେହେରା ଥିବା ମହିଳା ଫୁଟ୍‌ପାଥରେ ବସି ରାନୁ ମଣ୍ଡଳଙ୍କର ହିଁ ଗୀତ ‘ତେରି ମେରି କାହାନୀ’ ଗାଉଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏହି ମହିଳାଙ୍କ ଆଓ୍ଵାଜ୍‌ ରାନୁଙ୍କ ଭଳି ସୁରିଲି ନାହିଁ। ଭିଡିଓକୁ chiragdipofficial ନାମକ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ ନିଜ ପେଜ୍‌ରେ ଶେୟାର କରିଛି।

ଏହାସହ ପଢ଼ନ୍ତୁ: ଜନ୍‌ ଆବ୍ରାହମ୍‌ଙ୍କ ପାଖରେ ଅଛି ଏହି ସବୁ ମହଙ୍ଗା ବାଇକ୍‌, ଭିଡିଓ ପୋଷ୍ଟ କରି ଦେଖାଇଲେ କଲେକ୍ସନ

ଭିଡିଓର କ୍ୟାପସନ୍‌ ଅନୁସାରେ, ରାନୁଙ୍କ ହମ୍‌ସକଲ ଥିବା ଏହି ମହିଳା ଗୌହାଟୀର। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ ଗୌହାଟୀର ଏହି ମହିଳାଙ୍କୁ ‘ରାନୁ ମଣ୍ଡଳ ୨.୦’ ବୋଲି କହୁଛନ୍ତି। ତେବେ ନିକଟରେ ରାନୁଙ୍କ ମେକ୍‌ଅପ ବାଲା ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋକୁ ନେଇ ରାନୁଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.