Below header

ଥମିଲା ପ୍ରଚାର,ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆଜି ସନ୍ଧ୍ୟା ସୁଦ୍ଧା ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିଛି ପ୍ରଚାର । ରାତି ପାହିଲେ ଭୋଟ୍‌ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ସେହିପରି ୧୬୬୯ ପଞ୍ଚାୟତ ଓ ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର । ଚଳିତଥର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ବ୍ଲକସ୍ତରରରେ ଗଣତି ହେବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଥ୍‌ ଗୁଡିକରେ ପହଂଚୁଛନ୍ତି ପୋଲିଂ ପାର୍ଟି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ପହଂଚିବେ । ସ୍ଥାନୀୟ ଏସଡିପିଓ, ଏଏସ୍‌ପି ଓ ଆଇଆଇସି ସୁରକ୍ଷା ଯୋଗାଇବେ । ଜିଲ୍ଲାର ସାମଗ୍ରିକ ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି। ସେହିପରି ଆରକ୍ଷୀ ଅଧୀକ୍ଷକ ଆଖନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.