ସାବଧାନ୍‌! ଜୀବନ ନେଇପାରେ ଆବଶ୍ୟକ ଠାରୁ ଅଧିକ ମହୁ ସେବନ

ସ୍ୱାସ୍ଥ୍ୟ ପାଇଁ ମହୁର ଫାଇଦା ବିଷୟରେ ତ ଆମେ ପିଲାବେଳୁ ଶୁଣି ଆସିଛେ। ଅଧିକାଂଶ ଲୋକ ଏହାର ଫାଇଦା ବିଷୟରେ ଜାଣି ଏହାକୁ ସବୁ ବେଳେ ମନ ଇଚ୍ଛା ମାତ୍ରାରେ ସେବନ କରିଥାନ୍ତି। କିନ୍ତୁ ଡାକ୍ତରଙ୍କ କହିବାନୁସାରେ, ଅଧିକ ମାତ୍ରାରେ ମହୁ ସେବନ ଶରୀରର ଲାଭ ବଦଳରେ କ୍ଷତି କରିପାରେ। ଆସନ୍ତୁ ଜାଣିବା ମହୁ କିଭଳି ଭାବେ ଶରୀରର କ୍ଷତି କରିଥାଏ…

ଆଲର୍ଜି:

ଅଧିକ ପରିମାଣର ମହୁ ସେବନ କରିବା ଦ୍ୱାରା ଶରୀରରେ ଆଲର୍ଜି ହୋଇପାରେ। ମାତ୍ରାଧିକ ମହୁ ଖାଇବା ଦ୍ୱାରା ଏନାଫିଲେକ୍ସିସ୍‌ ନାମକ ଆଲର୍ଜିକ୍‌ ରିଆକ୍ସନ୍‌ ବି ହୋଇପାରେ।

ଫୁଡ୍‌ ପଏଜନିଂ:

ମାତ୍ରାଧିକ ମହୁ ଖାଇବା ଦ୍ୱାରା ଫୁଡ୍‌ ପଏଜନିଂର ଆଶଙ୍କା ବଢ଼େ। ଫଳରେ ପେଟ କାମୁଡ଼ିବା, ପତଳା ଝାଡ଼ା ହେବା, ବାନ୍ତି ଭଳି ସମସ୍ୟା ଦେଖା ଦେଇପାରେ। ଏଥିସହ ମହୁ ସେବନ ଦ୍ୱାରା ବୋଟୁଲିଜମ୍‌ ପଏଜନିଂର ଆଶଙ୍କା ବି ବଢ଼ିପାରେ।

ପେଟ କାମୁଡ଼ିବା:

ଅଧିକ ମାତ୍ରାରେ ମହୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ଏହା ଦ୍ୱାରା ପେଟ କାଟିବା, ଝାଡ଼ା ହେବା ଆଦି ଅସୁବିଧା ହୋଇପାରେ। ମହୁରେ ଫ୍ରୁକ୍ଟୋଜ୍‌ ରହିଛି, ଯାହା ପୋଷକ ତତ୍ତ୍ୱକୁ ଅବଶୋଷିତ କରିବା କ୍ଷମତା କମାଇ ଦିଏ। ଫଳରେ ହଜମ କ୍ରିୟା ବାଧାପ୍ରାପ୍ତ ହୁଏ।

ବ୍ଲଡ୍‌ ସୁଗାର ବଢ଼ିପାରେ:

ମହୁକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ ବଢ଼ିବା ଭଳି ସମସ୍ୟା ଉପୁଜିପାରେ। ମହୁରେ କିଛି ପରିମାଣର ଫ୍ରୁକ୍ଟୋଜ୍‌ ରହିଛି, ଏଣୁ ଡାଇବେଟିସ୍‌ ରୋଗୀ ମହୁ ଖାଇବାରୁ ବିରତ ରହିବା ଆବଶ୍ୟକ।

ବଢ଼ିପାରେ ବ୍ଲଡ୍‌ ପ୍ରେସର:

ଅଧିକ ପରିମାଣରେ ମହୁ ସେବନ କରିବା ଦ୍ୱାରା ବ୍ଲଡ୍‌ ପ୍ରେସର ବଢ଼ିପାରେ। ଏଣୁ ହାଇ ବ୍ଲଡ୍‌ ପ୍ରେସରର ମେଡିସିନ୍‌ ଖାଉଥିବା ଲୋକ ମହୁ ସେବନରୁ ବିରତ ରହିବା ଆବଶ୍ୟକ।

ଓଜନ ବୃଦ୍ଧି:

କୁହାଯାଏ, ଚାମଚେ ମହୁରେ ବି କ୍ୟାଲୋରୀ ରହିଥାଏ। ଏଣୁ ଏହାକୁ ଅଧିକ ମାତ୍ରାରେ ଖାଇଲେ କେତେ ଓଜନ ବଢ଼ୁଥିବ ଥରେ ଚିନ୍ତା କରନ୍ତୁ। ଏଥିରେ ଚିନି ତୁଳନାରେ କମ୍‌ ମିଠା ଅଂଶ ଥିଲେ ବି ଓଜନ ବଢ଼ାଇପାରେ।

ଦାନ୍ତ କ୍ଷୟ:

ଦିନରେ ବାରମ୍ବାର ମହୁ ଖାଇଲେ ଏହାର ମିଠା ପଣ ଯୋଗୁ ପାଟିରେ ବ୍ୟାକ୍ଟେରିଆ ଜନ୍ମିପାରନ୍ତି। କୁହାଯାଏ, ଏହି ବ୍ୟାକ୍ଟେରିଆ ଦାନ୍ତକୁ ଖରାପ କରିଥାନ୍ତି। ଫଳରେ ଦାନ୍ତ ପୋକ କାଟିବା ସହ ମୁହଁ ଦୁର୍ଗନ୍ଧ ଭଳି ସମସ୍ୟା ବି ଉପୁଜିପାରେ।

ପାଚନ ସମସ୍ୟା:

ଅଧିକ ମାତ୍ରାରେ ମହୁ ସେବନ କରିବା ଦ୍ୱାରା ପାଚନ ସମସ୍ୟା ଦେଖାଦେଇପାରେ। ଫଳରେ ପେଟ କାମୁଡ଼ିବା ସହ ତରଳ ଝାଡ଼ା ଭଳି ଅସୁବିଧା ହୋଇପାରେ। ଏଣୁ ସବୁବେଳେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ମହୁ ସେବନ କରିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.