ଚୂଡାମଣୀ ଜେଟୀରେ ବୁଡ଼ିଗଲେ ମତ୍ସ୍ୟଜୀବୀ, ୩ ଉଦ୍ଧାର ଜଣେ ନିଖୋଜ
ଭଦ୍ରକ ଜିଲ୍ଲା ବାସୁଦେବପୁର ଚୂଡାମଣୀ ଜେଟୀରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ବୁଡ଼ିଗଲେ ମତ୍ସ୍ୟଜୀବୀ । ୩ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ତାଙ୍କ ନାଁ ନାରାୟଣ ମଲ୍ଲିକ । ତିନି ଜଣ ମତ୍ସ୍ୟଜୀବୀ ଲାଇଫ୍ ଜାକେଟ୍ ସାହଯ୍ୟରେ ବାହାରକୁ ଆସିଥିବା ବେଳେ ନାରାୟଣଙ୍କ ପତ୍ତା ମିଳୁନି । ଏନେଇ ନାରାୟଣଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ।