ମୋଦିଙ୍କ ଜନ୍ମ ସପ୍ତାହକୁ ନେଇ ସାରା ଦେଶରେ ପାଳିତ ହେଲା ସେବା ସପ୍ତାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ନେଇ ସାରା ଦେଶରେ ବିଜେପି ପାଳୁଛି ସେବା ସପ୍ତାହ । ଭୁବନେଶ୍ୱର ଭରତପୁରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ଆବଶ୍ୟକୀୟ ଉପକରଣ ପ୍ରଦାନ, ସ୍ୱାସ୍ଥ୍ୟ କ୍ୟାମ୍ପ, ରକ୍ତ ଦାନ ଶିବିର ଓ ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବିଷ୍ଣୁ ସେଠୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦେଶର ପ୍ରତି ପରିବାରକୁ ଶୌଚାଳୟ, ବିଜୁଳି, ଆଲୋକ, ପାନୀୟ ଜଳ, ପକାଘର, ଉଜ୍ୱଳା ଗ୍ୟାସ୍‌ ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.