Below header

ଊକୁଣି ମରା ଔଷଧ ଲଗାଇ ୫ଗୁରୁତର

ଚାନ୍ଦବାଲି(କେନ୍ୟୁଜ): ଊକୁଣି ମରା ଔଷଧ ଲଗାଇ ୫ଗୁରୁତର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନ ଡିଅସାହିରେ । ଏମାନଙ୍କ ଭିତରେ ୪ଜଣ ନାବାଳିକା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ଗତକାଲି ଊକୁଣି ଔଷଧ ଲଗାଇ ଏମାନେ ଖରାରେ ବସିବା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବେହୋସ ହୋଇପଡ଼ିଥିଲେ। ଅତ୍ୟଧିକ ଖରା ଓ ଗୁଳୁଗୁଳି ଯୋଗୁ ଏପରି ହୋଇଥିବା ଜଣାପଡିଛି।ତେବେ ପରିବାର ଲୋକ ତୁରନ୍ତ ଆରଡ଼ି ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ। ଏବେ ସମସ୍ତେ ଭଲ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.