Below header

ପାଞ୍ଚ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର ପଲ

କଳାହାଣ୍ଡି (କେନ୍ୟୁଜ ବ୍ୟୁରୋ) : ପାଞ୍ଚ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର ପଲ । କଳାହାଣ୍ଡି ଜିଲ୍ଲା କୋକସରା ଖୁଣ୍ଟିଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଲକ୍ଷ୍ମୀଧର ଧରୁଆଙ୍କ ୫ ବର୍ଷର ଶିଶୁ ପୁଅ ବସନ୍ତ ଗତକାଲି ସାଙ୍ଗ ମେଳରେ ଘର ନିକଟରେ ଖେଳୁଥିବା ବେଳେ ହଠାତ କୁକୁର ପଲ ତାଙ୍କୁ ଗୋଡ଼ାଇ ଗୋଡ଼ାଇଥିଲେ । ତାଙ୍କୁ ମାଡ଼ି ବସି ଝୁଣି ପକାଇଥିଲେ ।

ଲୋକମାନେ ତାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ପର୍ଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଧର୍ମଗଡ଼ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ପୁଣି ଘରକୁ ନେଇଆସିଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.