Below header

ହୀରାକୁଦ ଡ୍ୟାମ୍ ଖୋଲିବା ପରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବନ୍ୟା, କଣ୍ଟାମାଳ-ଘଣ୍ଟପଡ଼ା ୪୧ନମ୍ବର ଜାତୀୟ ରାଜପଥରେ ୩ଫୁଟ ଉଚ୍ଚର ପାଣି

ଭୁବନେଶ୍ବର (କେନ୍ୟୁଜ୍) : ହୀରାକୁଦ ଡ୍ୟାମ୍ ଖୋଲିବା ପରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବନ୍ୟା । କଣ୍ଟାମାଳ ନିକଟରେ ତେଲ ନଦୀରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। କଣ୍ଟାମାଳ-ଘଣ୍ଟପଡ଼ା ୪୧ନମ୍ବର ଜାତୀୟ ରାଜପଥର ଅଡାଗୁଡି ପୋଲ ଉପରେ ୩ଫୁଟ ଉଚ୍ଚର ପାଣି ଚାଲୁଛି। ବିଭିନ୍ନ ଗାଁ ଗଣ୍ଡାରେ ପଶିଛି ମହାନଦୀର ବନ୍ୟା ପାଣି । ତଳି ଅଞ୍ଚଳ ଜଳମଗ୍ନ ହୋଇଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ବନ୍ୟା ପାଣି ପ୍ରବେଶ କରିଛି । ୪୦ରୁ ଅଧିକ ଗାଁ ଜଳବନ୍ଦୀ । ବହୁ ଗାଁକୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ହୋଇଛି । ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି । ଜଗନ୍ନାଥ ସଡକର ୫ଟି ସ୍ଥାନରେ ୫ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବୌଦ୍ଧ-ହରଭଙ୍ଗାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ମହାନଦୀ ପାଣିରେ ବୁଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅଞ୍ଚଳ । ପିତାମହୁଲ ସ୍ଥିତ ବାଉରୀ ଜୋର ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଥିବାରୁ ସୋନପୁର-ରେଢ଼ାଖୋଲ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ସୋନପୁର-ବୀରମହାରାଜପୁର ହିକୁଡ଼ି ଜୋର ଉପରେ ୪ ଫୁଟ୍ ଉଚ୍ଚର ପାଣି ବହୁଛି । ଫଳରେ ସୋନପୁର-ବୀରମହାରାଜପୁର ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । କଣ୍ଟାମାଳ ବିଡିଓ ଓ ତହସିଲଦାର ବନ୍ୟା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.