ଏସୀୟ କ୍ରୀଡ଼ାରେ ଦୂତିଙ୍କ ସଫଳତା ନେଇ ଛୁଟୁଛି ଶୁଭେଚ୍ଛାର ସୁଅ, ଯାଜପୁର ଜିଲ୍ଲା ଚକଗୋପାଳପୁର ଗାଁରେ ପୂଜାର୍ଚ୍ଚନା

ଯାଜପୁର (କେନ୍ୟୁଜ୍) : ଏସୀୟ କ୍ରୀଡ଼ାରେ ଦୂତିଙ୍କ ସଫଳତା ନେଇ ଛୁଟୁଛି ଶୁଭେଚ୍ଛାର ସୁଅ । ୧୦୦ମିଟର ଦୌଡରେ ସଫଳତା ପରେ ଆଜି ୨୦୦ ମିଟର ଫାଇନାଲରେ ଦୌଡ଼ିବେ ଦୂତି । ସଫଳତା ପାଇଁ ଜନ୍ମମାଟି ଯାଜପୁର ଜିଲ୍ଲା ଚକଗୋପାଳପୁର ଗାଁରେ ପୂଜାର୍ଚ୍ଚନା କରାଯାଇଛି । ଗାଁର ରାଧାକୃଷ୍ଣ ମନ୍ଦିର, ଗ୍ରାମଦେବତୀଙ୍କ ସହ ବିଭିନ୍ନ ଦେବଦେବୀ ମନ୍ଦିରରେ ଗାଁର ଛୋଟ ପିଲାଠୁ ବଡ଼ ସମସ୍ତେ ଅଖଣ୍ଡ ଦୀପ ଜାଳିଛନ୍ତି । ଏହାସହ ଭଜନ କୀର୍ତ୍ତନ ବି କରାଯାଇଛି । ସେହିପରି ଘରେ କେକ୍ କାଟି ସମସ୍ତଙ୍କୁ ଖୁଆଇଛନ୍ତି ଦୂତିଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.