ସ୍ୱର୍ଣ୍ଣ ଲକ୍ଷ୍ୟରେ ଓଡ଼ିଶାର ସୁନା ଝିଅ : ୨୦୦ ମିଟର ଟ୍ରାକକୁ ଆଜି ଓହ୍ଲାଇବେ ଦୌଡ଼ରାଣୀ ଦୂତି ଚାନ୍ଦ

ସ୍ୱର୍ଣ୍ଣ ଲକ୍ଷ୍ୟରେ ଓଡ଼ିଶାର ସୁନା ଝିଅ । ଜାକର୍ତ୍ତା ଏସୀୟ କ୍ରୀଡ଼ାର ୨୦୦ ମିଟର ଟ୍ରାକକୁ ଆଜି ଓହ୍ଲାଇବେ ଦୌଡ଼ରାଣୀ ଦୂତି ଚାନ୍ଦ । ଭାରତୀୟ ସମୟ ଅପରାହ୍ଣ ୫ଟା ୨୦ ମିନିଟରେ ଫାଇନାଲ ମୁକାବିଲା ରହିଛି । ସେମିଫାଇନାଲରେ ତାଙ୍କ ହିଟରେ ଦୂତି ଚାନ୍ଦ ପ୍ରଥମ ସ୍ଥାନ ଅଧିକାର କିରଥିଲେ । ମାତ୍ର ୨୩ ସେକେଣ୍ଡରେ ୨୦୦ ମିଟର ଦୂରତା ପାର କରିଥିଲେ ଦୂତି । ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲ ଆଶାବାଦୀ ଅଛନ୍ତି ଦୂତି ଚାନ୍ଦ । ପୂର୍ବରୁ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତି ଇତିହାସ ରଚିବା ପରେ ୨ଶହ ମିଟରରେ ସେହି ସଫଳତା ଦୋହରାଇବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି । ଯୋଗ୍ୟତା ପର୍ୟ୍ୟାୟ ହିଟରେ ୨୩ ଦଶମିକ ୩୭ ସେକେଣ୍ଡରେ ୨ ଶହ ମିଟର ଅତିକ୍ରମ କରିଥିଲେ ଦୂତି । ତେବେ ସେମିରେ ଆହୁରି ଭଲ ପ୍ରଦର୍ଶନ କରି ୨୩ ସେକେଣ୍ଟ ଟାଇମିଂ ସହ ଫାଇନାଲ୍ ଟିକେଟ ପକ୍କା କରିଥିଲେ । ଯାହାକି ୨ ଶହ ମିଟରରେ ଏପର୍ୟ୍ୟନ୍ତ ଦୂତିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.