Below header

କରୋନା ଲାଗି ନିରଡାମ୍ବରରେ ସ୍ୱତନ୍ତ୍ର ଉତ୍କଳର କର୍ଣ୍ଣଧାର ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ, ରାଜକୁମାରୀ କଲ୍ୟାଣୀ ଦେବୀ କଲେ ମାଲ୍ୟାର୍ପଣ

ଗଜପତି (କେନ୍ୟୁଜ): ସ୍ୱତନ୍ତ୍ର ଉତ୍କଳର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆଜି ୧୨୯ ତମ ଜୟନ୍ତୀ ନିରଡାମ୍ବରରେ ପାଳନ ହୋଇଛି । ପାରଳା ସିଂହାସନର ଅଧିକାରୀ ପାଟହାତୀ କଲ୍ୟାଣୀ ଗଜପତି ମହାରାଜାଙ୍କ ସମାଦ୍ଧି ସ୍ଥଳି, ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ଓ ପାରଳା ରାଜମହଲରେ ମହାରାଜାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । କଲ୍ୟାଣୀ ଗଜପତିଙ୍କ ସହ ପାରଳା ବରିଷ୍ଠ ନାଗରିକ ମଂଚର ଦୁଇଜଣ ସଦସ୍ୟ ଜୟନ୍ତି ପାଳନରେ ସାମିଲ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.