ଇରଫାନ ଖାନଙ୍କ ମା’ସଇଦା ବେଗମଙ୍କ ଦେହାନ୍ତ, ଲକଡାଉନ ଯୋଗୁ ଅନ୍ତିମ ଯାତ୍ରାରେ ଯୋଗ ଦେଇପାରିଲେନି ଅଭିନେତା

ସାରା ଦେଶ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ଇତିମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶନିବାର ଦିନ ହଲିଉଡ ଓ ବଲିଉଡର ଲୋକପ୍ରିୟ କଳାକାର ଇରଫାନ ଖାନଙ୍କ ମା’ ସଇଦା ବେଗମଙ୍କ ନିଧନ ହୋଇଛି। ୯୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଛି। ଟୋଙ୍କନ ରାଜ ପରିବାର ସହ ସମ୍ପର୍କ ରଖିଥିବା ସଇଦାଙ୍କ ଦେହ ଗତ କିଛି ଦିନ ହେଲା ଖରାପ ଥିଲା।
ଇରଫାନ ଖାନଙ୍କ ଭାଇ ସଲମାନ ଖାନ କହିଛନ୍ତି ଯେ ମା ସୁସ୍ଥ ଥିଲେ। କିନ୍ତୁ ଶନିବାର ହଠାତ ତାଙ୍କ ଦେହ ଖରାପ ହେଇଗଲା। ସେ କର୍ବଲା ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶନିବାର ଦିନ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା।
କିନ୍ତୁ ଏହି ସମାରୋହରେ ଇରଫାନ ଖାନ ସାମିଲ ହୋଇପାରିନଥିଲେ। ଇରଫାନ ଲକଡାଉନ ଯୋଗୁ ମୁମ୍ବାଇରେ ଥିବା ବେଳେ ମା’ଙ୍କ ଦେହାନ୍ତ ଜୟପୁରରେ ହୋଇଥିଲା। ଏଣୁ ସେ ଶେଷକୃତ୍ୟକୁ ଯାଇପାରିନଥିଲେ।