Below header

ଆଉ ଏକ ଅଜଣା ଭାଇରସ ଦ୍ୱାରା ୧୯୫୦ ଘୁଷୁରୀ ମୃତ, ଛଅ ଜିଲ୍ଲାକୁ କରାଯାଇଛି କଣ୍ଟେନମେଣ୍ଟ ଜୋନ

ସାରା ଦେଶବର୍ତ୍ତମାନ ଜୀବନ ନାଶକ ମହାମାରୀ କରୋନା ଭାଇରସର ସାମ୍ନା କରୁଛି। ଏହି କିଲର ଭାଇରସ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେବେ ଏହାରି ଭିତରେ ଏକ ରହସ୍ୟମୟ ଭାଇରସ ଦ୍ୱାରା ପ୍ରାୟ ୧୯୫୦ରୁ ଅଧିକ ଘୁଷୁରୀଙ୍କର ମୃତ୍ୟୁ ହୋଇଛି। ଆସାମର ୬ଟି ଜିଲ୍ଲା ଏହି ଅଦ୍ଭୁତ ରହସ୍ୟମୟ ଭାଇରସ କବଳରେ ରହିଛି। ଯେଉଁ କାରଣରୁ ଗୋଟିଏ ସପ୍ତାହ ମଧ୍ୟରେ ୧୯୫୦ ରୁ ଅଧିକ ଘୁଷୁରୀ ଏବେ ସୁଦ୍ଧା ମରିସାରିଲେଣି।

ରାଜ୍ୟ ସରକାର ଶନିବାର ଘୁଷୁରୀ ଏବଂ ଏହାର ମାଂସକୁ କିଣିବାରେ ପ୍ରତିବନ୍ଧ ଲଗାଇଛନ୍ତି। କୃଷି ମନ୍ତ୍ରୀ ଅତୁଳ ବୋରା କହିଛନ୍ତି ଯେ ଘୁଷୁରୀଙ୍କର ଏପରି ଅପ୍ରାକୃତିକ ଭାବରେ ମରିବା ସୂଚନା ମିଳିବା ପରେ ପ୍ରଭାବିତ ଅଞ୍ଚଳକୁ ଏକ ଟିମ ଯାଇ ଘୁଷୁରୀଙ୍କର ନମୂନା ଅଣାଯାଇଛି।

ନର୍ଥ ଇଷ୍ଟର୍ଣ୍ଣ ରିଜୋନାଲ ଡିଜିଜ ଡାଇଗନୋଷ୍ଟିକ ଲାବୋରୋଟାରୀ ଏବଂ ବାୟୋସେଫଟି ଲେବଲ-୩ ଲାବୋରୋଟାରୀ ଘୁଷୁରୀଙ୍କ ସାମ୍ପୁଲ ନେଇଥିଲେ। ତେବେ ରିପୋର୍ଟରୁ ଘୁଷୁରୀଙ୍କ ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ଆଶା କରାଯାଉଛି ଯେ କୌଣସି ଅଜଣା ଭାଇରସ ଦ୍ୱାରା ଏମିତି ହେଉଛି। ତେବେ କୃଷି ମନ୍ତ୍ରୀ କହିଛନ୍ତି ଯେ ଘୁଷୁରୀଙ୍କ ନମୂନା ପରୀକ୍ଷଣ ପାଇଁ ଭୋପାଳ ପଠାଯିବ। ଭୋପାଳରୁ ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ।

ତେବେ ରାଜ୍ୟର ସମସ୍ତ ଘୁଷୁରୀ ଫାର୍ମକୁ ବନ୍ଦ କରିଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ପଶୁଙ୍କୁ ଟୀକା ଦିଆଯାଇଛି ଏବଂ ଅନେକ ଘୁଷୁରୀ ସୁସ୍ଥ ମଧ୍ୟ ଅଛନ୍ତି। ତେବେ ଏହି ରୋଗ ଯେପରି ଆଗକୁ ଆହୁରି ନ ବ୍ୟାପେ ସେଥିପାଇଁ ୬ଟି ଜିଲ୍ଳାକୁ କଣ୍ଟେନମେଣ୍ଟ ଜୋନ ଘୋଷିତ କରାଯାଇଛି ଯେଉଁଠି ଘୁଷୁରୀ ଅଧିକ ବାସ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.