ବି. ଆର ଚୋପ୍ରାଙ୍କୁ ସମସ୍ୟାରେ ପକାଇଥିଲା ବିଜୁଳୀଖୁଣ୍ଟି, କିଛି ଏପରି ହୋଇଥିଲା ମହାଭାରତ ଯୁଦ୍ଧର ସୁଟିଂ

ଲକଡାଉନ ଚାଲିଥିବାରୁ ବିଆର ଚୋପ୍ରାଙ୍କ ‘ମହାଭାରତ’ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେଉଛି । ଏହି ଶୋକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ଯେଉଁଥିପାଇଁ ଶୋ’ର ଟିଆରପି ମଧ୍ୟ ବହୁତ ଭଲ ଚାଲିଛି । ଏଭଳି ପରିସ୍ଥିତିରେ ‘ମହାଭାରତ’ର ସୁଟିଂ ସହ ଜଡିତ କାହାଣୀଗୁଡିକ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି । ମହାଭାରତ ପାଇଁ ବିଆର ଚୋପ୍ରା କଠିନ ପରିଶ୍ରମ କରିଥିଲେ । ଶୋ’ରେ ଅଭିନେତାମାନେ ମଧ୍ୟ ଜବରଦସ୍ତ ଅଭିନୟ କରିଥିଲେ ଏବଂ ଛୋଟ ପରଦାରେ ଚରିତ୍ରମାନଙ୍କୁ ଜୀବନ୍ତ କରିଥିଲେ । 1988 ମସିହାରେ ‘ମହାଭାରତ’ ପ୍ରଥମଥର ପାଇଁ ଟିଭିରେ ଟେଲିକାଷ୍ଟ ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ ‘ମହାଭାରତ’ର ସୁଟିଂ ସହ ଜଡିତ ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ।

Br Chopra Mahabharat War Scene Shooting Electricity Poles Become ...

‘ମହାଭାରତ’ର ଯୁଦ୍ଧର ସୁଟିଂ କରିବା ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ ଥିଲା । ଯାହା ବି.ଆର ଚୋପ୍ରା ଏବଂ ତାଙ୍କ ଦଳ ଭଲ ପ୍ରଦର୍ଶନ କରିଥିଲେ । ‘ମହାଭାରତ’ର ଯୁଦ୍ଧ କୁରୁକ୍ଷେତ୍ର (ହରିୟାଣା) ର ଯୁଦ୍ଧକ୍ଷେତ୍ରରେ ହୋଇଥିଲା । ଅନେକ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାଣ୍ଡବମାନେ କୌରଵଙ୍କ ଉପରେ ବିଜୟୀ ଲାଭ କରିଥିଲେ । ‘ମହାଭାରତ’ର ଯୁଦ୍ଧ ଦୃଶ୍ୟର ସୁଟିଂ ପାଇଁ ଏକ ବଡ଼ ଭୂମିର ଆବଶ୍ୟକ ଥିଲା କିନ୍ତୁ ଯେଉଁଠାରେ ବି ଲୋକେସନ ଠିକ କରାଯାଉଥିଲା ସେଠାରେ ଏକ ବିଦ୍ୟୁତ ଖୁଣ୍ଟି ମିଳୁଥିଲା । ବହୁ ଖୋଜାଖୋଜି ପରେ ରାଜସ୍ଥାନର ଜୟପୁର ନିକଟରେ ଏପରି ଏକ ଭୂମି ଦେଖିବାକୁ ମିଳିଥିଲା । ଯେଉଁଠାରେ କି କୌଣସି ବିଦ୍ୟୁତ ଖୁଣ୍ଟି ନଥିଲା ।

br chopra mahabharat war scene shoot: महाभारत: तंबुओं ...

 

ଏହା ପରେ ‘ମହାଭାରତ’ର ଯୁଦ୍ଧ ଦୃଶ୍ୟ ପୁଣି ସୁଟିଂ କରାଯାଇଥିଲା । ଯୁଦ୍ଧର ଅଧିକାଂଶ ଦୃଶ୍ୟକୁ ମାନୁଆଲ ସୁଟ କରାଯାଇଥିଲା । ସେହି ସମୟରେ VFX କିମ୍ବା ସ୍ପେସିଆଲ ଇଫେକ୍ଟ ପାଇଁ କୌଣସି ସୁବିଧା ନଥିଲା । ଆହୁରି ମଧ୍ୟ ଯୁଦ୍ଧକୁ ବହୁ ପରିମାଣରେ ଦେଖାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ସୈନିକ କରାଯାଇଥିଲା । ସେହି ସମୟରେ ବିଶାଳ ଭୂମିକୁ ଏକ ସେଟରେ ପରିଣତ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା । କିନ୍ତୁ ଟିଭିରେ ପ୍ରସାରଣ ପରେ ଲୋକଙ୍କ ଭଲପାଇବା ଦେଖି ବି.ଆର ଚୋପ୍ରାଙ୍କ କଠିନ ପରିଶ୍ରମ ସଫଳ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.