ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଅର୍ଚ୍ଚନା ପୂରନ ସିଂହ, ଦେଖନ୍ତୁ ଭିଡିଓ

କପିଳ ଶର୍ମାଙ୍କ ଶୋର ଜଜ୍ ଅର୍ଚ୍ଚନା ପୂରନ ସିଂହ ଏବେ ଚର୍ଚ୍ଚାରେ ରହିଛନ୍ତି। ଲକଡାଉନ ଯୋଗୁ ସୁଟିଂ ବନ୍ଦ ଥିବାରୁ ଅର୍ଚ୍ଚନା କେତେବେଳେ ନିଜ ମେଡ ସହ ଭିଡିଓ କରୁଛନ୍ତି ତ ଆଉ କେତେବେଳେ ବଗିଚାରେ ବୁଲୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଥିବା ଦେଖାଯାଇଛି।


ବର୍ତ୍ତମାନର ଜଟିଳ ସମୟରେ ବଲିଉଡର ପ୍ରାୟ ସମସ୍ତ ଷ୍ଟାର ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ଅର୍ଚ୍ଚନାଙ୍କ ଏହି ଭିଡିଓକୁ ଅଭିନେତ୍ରୀ ନନ୍ଦିନୀ ସେନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ଅର୍ଚ୍ଚନା ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ ପିନ୍ଧି ଖାଦ୍ୟ ବାଣ୍ଟୁଥିବା ଦେଖାଯାଇଛି।

 

ଏହି ଭିଡିଓକୁ ଅର୍ଚ୍ଚନାଙ୍କ ଫ୍ୟାନମାନେ ଖୁବ ପ୍ରଶଂସା କରିଛନ୍ତି। କେବଳ ଅର୍ଚ୍ଚନା ନୁହେଁ ତାଙ୍କ ସ୍ୱାମୀ ପରମିତ ମଧ୍ୟ ଖାଦ୍ୟ ବାଣ୍ଟୁଛନ୍ତି। ଭିଡିଓ ସେୟାର କରି ନନ୍ଦିନୀ ଲେଖିଛନ୍ତି, “ଲକଡାଉନ ସମୟରେ ଅର୍ଚ୍ଚନା ପୂରନ ସିଂହ ଓ ପରମିତ ସେଠିଙ୍କ ଜୀବନରେ ଆଉ ଏକ ଦିନ। ଆପଣ ଦୁଇଜଣଙ୍କୁ ଭଲ ପାଇବା। ଆପଣ ବହୁତ ଦୟାଳୁ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.