Below header

ପଦ୍ମ ଧରିଲେ ପୂର୍ବତନ ବାୟୁସେନା ଅଧିକାରୀ

ପଦ୍ମ ଧରିଲେ ପୂର୍ବତନ ବାୟୁସେନା ଅଧିକାରୀ । ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।

ବନେଶ୍ୱର(କେନ୍ୟୁଜ) : ପଦ୍ମ ଧରିଲେ ପୂର୍ବତନ ବାୟୁସେନା ଅଧିକାରୀ । ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।

ବାୟୁସେନାର ପୂର୍ବତନ ଅଧିକାରୀ ଭାବେ ଦୀର୍ଘ ୪୦ବର୍ଷ ଧରି ସେ ଦେଶର ସେବା କରିଛନ୍ତି । କାରଗିଲ ଯୁଦ୍ଧ ବେଳେ ସେ ଶତ୍ରୁ ଶିବିରରେ ବୋମାବର୍ଷଣ କରି ନିଜ ସାହସିକତା ପ୍ରଦର୍ଶନ କରିଥିଲେ ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । ଭାରତୀୟ ବାୟୁସେନାରେ ଫାଇଟର ପାଇଲଟ ଭାବେ ୧୯୮୪ ମସିହା ଜୁନ ୮ ତାରିଖରେ କମିସନଡ ହୋଇଥିଲେ। ବିଜେପିରେ ଯୋଗ ଦେଇ ଏବେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.